କନକ ବ୍ୟୁରୋ : ଜଣେ ମହିଳା ଅତିବେଶିରେ ଗୋଟିଏ ବର୍ଷରେ ଗୋଟିଏ ପିଲାର ମା’ ହୋଇପାରିବ । ହେଲେ ଗୋଟିଏ ବର୍ଷରେ ଜଣେ ଯୁବକ ୨୩ ଟି ପିଲାର ବାପା ହୋଇଗଲେ । ବାସ୍ତବରେ ଏହି ଯୁବକ ଜଣକ ପ୍ରଥମରୁ ନିଜର ଶୁକ୍ରାଣୁ ଦାନ କରୁଥିଲେ । ମାତ୍ର ଏହାପରେ ଯୁବକ ଜଣକ ଏହାକୁ ଏକ ଚାକିରୀ ଭାବେ ଗ୍ରହଣ କରିନେଲେ । ଏବେ ଯୁବକ ଜଣଙ୍କର ଏଭଳି କାର୍ଯ୍ୟର ତଦନ୍ତ ଚାଲିଛି ।
ଏଭଳି ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ । ଏଲନ୍ ଫାନ ନାମକ ଜଣେ ଯୁବକ ଶୁକ୍ରାଣୁ ଦାନ କରି ସାରା ଦେଶରେ ଚର୍ଚ୍ଚିତ ହୋଇଛନ୍ତି    ।  ହେଲେ ଯୁବକ ଜଣକ କହିଛନ୍ତି କି ତାଙ୍କ ଶୁକ୍ର୍ରାଣୁ ସୁସ୍ଥ ଓ ସ୍ୱାସ୍ଥ୍ୟବାନ ହୋଇଥିବାରୁ ଏହାକୁ ଗ୍ରହଣ କରିବାକୁ ଅଷ୍ଟ୍ରେଲିଆର ମହିଳା ମାନେ ତାଙ୍କୁ ଅନେକ ଟଙ୍କା ଦେଉଛନ୍ତି । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏଲନ ଜଣେ ବିବାହିତ ପୁରୁଷ ଓ ତାଙ୍କର ୨ ଟି ପିଲା ଅଛନ୍ତି । ହେଲେ ସେ ଘରୋଇ ଭାବେ ଶୁକ୍ରାଣୁ ଦାନ କରି ଏବେ ୨୩ ଟି ପିଲାର ବାପା ହୋଇଛନ୍ତି । ସେ ପଞ୍ଜିକୃତ ଫଟଲିର୍ଟି କେନ୍ଦ୍ରରେ ଶୁକ୍ରାଣୁ ଦାନ କରୁଛନ୍ତି । ଯାହା ଆଇନତ ସିଦ୍ଧ ।

Advertisment

ଏହି ଖବର ପ୍ରଚାରିତ ହେବା ପରେ ଅଷ୍ଟ୍ରେଲିଆର ବ୍ରିସବେନ ରେ ରହୁଥିବା ଏହି ଯୁବକ ଏଲନଙ୍କର ଏବେ ସରକାରୀ ସ୍ଥରରେ ଯାଂଚ ଚାଲିଛି । କିଛି ଫର୍ଟିଲିଟି ସେଣ୍ଟର ଏଲନଙ୍କ ନାମରେ ଅଭିଯୋଗ ଆଣିବା ପରେ ଯାଂଚ ଆରମ୍ଭ ହୋଇଛି । ସେମାନଙ୍କର ଅଭିଯୋଗ କି ଏଲନ ଯଦି ବି ପଞ୍ଜିକୃତ ଫଟର୍ଲିଟ୍ ସେଣ୍ଟରେ ଶୁକ୍ରାଣୁ ଦାନ କରୁଛନ୍ତି ହେଲେ ତାଙ୍କର ଅପରାଧ ହେଲା କି ଶୁକ୍ରାଣୁ ଦାନ କରିବାକୁ ସରକାର ଯେଉଁ ସମୟସୀମା ନିର୍ଦ୍ଧାରଣ କରିଛନ୍ତି ତାହାଠାରୁ ଏଲନ ବର୍ଷକୁ ଅଧିକ ଥର ଶୁକ୍ରାଣୁ ଦାନ କରୁଛନ୍ତି ।

ଅଷ୍ଟ୍ରେଲିଆ ସରକାରଙ୍କ ଆଇନ ମୁତାବକ ଜଣେ ପୁରୁଷ ବର୍ଷକୁ ସର୍ବାଧିକ ୧୦ ଥା ଶୁକ୍ରାଣୁ ଦାନ କରିପାରିବ । ହେଲେ ଏଲନ କହିଛନ୍ତି କି ମହିଳା ମାନଙ୍କୁ ମନା କରିବା ତାଙ୍କ ପାଇଁ ଏକ କଷ୍ଟକର ସମସ୍ୟା । ଏହି କାରଣରୁ ସେ ଗୋଟିଏ ଦିନରେ ୩ ଜଣ ମହିଳାଙ୍କୁ ଶୁକ୍ରାଣୁ ଦାନ କରିଛନ୍ତି । ଯାହାକି ଗୋଟିଏ ଦିନରେ ଶୁକ୍ରାଣୁ ଦାନ କରିବାରେ ଏଲନଙ୍କ ପାଇଁ ଏହା ସର୍ବାଧିକ ଥିଲା ।