ପ୍ରତ୍ୟାହାର ହେଲା ଡ୍ରାଇଭର ମହାସଂଘର ଆନ୍ଦୋଳନ। କନକ ନ୍ୟୁଜକୁ ଫୋନ ଯୋଗେ ସୂଚନା ଦେଲେ ସଭାପତି ।

1,691

କନକ ବ୍ୟୁରୋ: ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ । ଆନ୍ଦୋଳନ ପ୍ରତ୍ୟାହାର କଲା ଡ୍ରାଇଭର ମହାସଂଘ । ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରତ୍ୟାହାର ନେଇ ଫେସବୁକ ପେଜରେ ପୋଷ୍ଟ କରାଯାଇଛି । ଆନ୍ଦୋଳନ ପ୍ରତ୍ୟାହାର ନେଇ କନକ ନ୍ୟୁଜକୁ ଫୋନଯୋଗେ ସୂଚନା ଦେଲେ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ।

ସମସ୍ତ ଓଡିଶାବାସୀଙ୍କୁ କ୍ଷମାମାଗିଛନ୍ତି ଓଡିଶା ଡ୍ରାଇଭର ମହାସଂଘ ସଭାପତି । ସହଯୋଗ କରିଥିବାରୁ ସେ ରାଜ୍ୟବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସରକାର ଏବଂ ମୁଖ୍ୟ ଶାସନ ସଚିବଙ୍କ ଅପିଲକୁ ସମ୍ମାନ ଜଣାଇ ଧାରଣାରୁ ଓହରିଥିବା ସେ କହିଛନ୍ତି ।