ବାଇ-ଲ ପ୍ରତ୍ୟାହାର ଦାବିରେ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ସ୍ମାରକପତ୍ର ଦେବାକୁ ଯିବାବେଳେ ସୁପରିଟେଣ୍ଡେଂଟ ନଥିବାରୁ ବ୍ରହ୍ମେଶ୍ୱର ପାଟଣାବାସୀଙ୍କ ଧାରଣା

ସେପଟେ ଏକାମ୍ର କ୍ଷେତ୍ରରେ ପ୍ରତ୍ୟାହାର ଦାବି କରି ରାଜ୍ୟପାଳଙ୍କୁ ଦାବି ପତ୍ର ଦେଲା କଂଗ୍ରେସ 

53

କନକ ବ୍ୟୁରୋ : ବଢ଼ୁଛି ବାଇ-ଲ ବିବାଦ । ଏନଏମଏ ବାଇ-ଲକୁ ଏକାମ୍ରକ୍ଷେତ୍ରରୁ ପ୍ରତ୍ୟାହାର ଦାବିରେ ଏଏସଆଇ ଅଫିସ ସମ୍ମୁଖରେ ଧାରଣା । ବ୍ରହ୍ମେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ବ୍ରହ୍ମେଶ୍ୱର ପାଟଣା ଅଂଚଳବାସୀ ଧାରଣା ଦେଇଛନ୍ତି । ପ୍ରତ୍ୟାହାର ଦାବିରେ ସ୍ମାରକପତ୍ର ଦେବାକୁ ଯାଇଥିବାବେଳେ ସୁପରିଟେଣ୍ଡେଂଟ ନଥିବାରୁ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଗ୍ରାମବାସୀ । ବ୍ରହ୍ମେଶ୍ୱର ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଏନଏମଏ ପକ୍ଷରୁ ପ୍ରସ୍ତାବିତ ବାଇଲକୁ ପ୍ରତ୍ୟାହାର କରିବାକୁ ଦାବି ହେଉଛି । ସେପଟେ ଏକାମ୍ର କ୍ଷେତ୍ରରୁ ବାଇଲ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି ।