କନକ ବ୍ୟୁରୋ : ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଏକ ଭାରତୀୟ ଡ୍ରଗ୍ସ ସିଣ୍ଡିକେଟର ମୁଖା ଖୋଲିଛି । ଏହି ସିଣ୍ଡିକେଟର ସଂପର୍କ ଅନେକ ଦେଶ ସହ ଥିବା କୁହାଯାଇଛି । ଏହି କ୍ରମରେ ଭିନ୍ନ ଭିନ୍ନ ରାଜ୍ୟରେ ଚଢାଉ କରି ୨୨ ଜଣଙ୍କୁ ଗିରଫ କରିଛି । ସବୁଠାରୁ ବଡ କଥଶ ଏହି ଡ୍ରଗ୍ସ କାରବାରରେ ଅନେକ ମହିଳାଙ୍କ ସଂପୃକ୍ତି ରହିଛି । ଏନସିବି ତରଫରୁ ଏକ ନିଆରା ଉପାୟରେ ଏତେବଡ ଡ୍ରଗ୍ସ ସିଣ୍ଡିକେଟକୁ ଧରିବାରେ ସଫଳ ହୋଇଛି ।
ଭାରତୀୟ ନୌସେନା ସହାୟତା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ୨ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି । ଏଥିରେ ସଂପୃକ୍ତ ୨୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୮୦୦ କେଜି ଡ୍ରଗ୍ସ ଜବତ ହୋଇଛି । ସୂଚନା ମୁତାବକ ଡ୍ରଗ୍ସ ସିଣ୍ଡିକେଟ ସହିତ ଜଡିତ କିଛି ଅଭିଯୁକ୍ତ ଡ୍ରଗ୍ସ କାରବାର ନାମରେ ମହିଳାମାନଙ୍କୁ ଶାରୀରିକ ଶୋଷଣ କରୁଥିଲେ । ଏନେଇ ମହିଳାମାନଙ୍କ ତରଫରୁ ଅଭିଯୋଗ ହେବା ପରେ ସେମାନଙ୍କ ସହାୟତାରେ ଏତେବଡ ଡ୍ରଗ୍ସ କାରବାରକୁ ଧରିବାରେ ସଫଳ ହୋଇଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ।
In a multi-agency operation at sea, the Narcotics Control Bureau (NCB), with the support of the Indian navy, successfully seized 800 kgs of narcotics substances. Catch estimated worth Rs 2000 Cr: Spokesperson of the Indian Navy pic.twitter.com/x0ncfvzUvN
— ANI (@ANI) February 12, 2022
ଡ୍ରଗ୍ସ କିଣା ବିକା ନେଇ ଏହି ନେଟୱର୍କ ଡାର୍କ ନେଟ ବ୍ୟବହାର କରୁଥିବା କଥା କୁହାଯାଇଛି । ବିଦେଶରୁ ପାର୍ସଲ ରୂପରେ ଡ୍ରଗ୍ସକୁ ବିଭିନ୍ନ ସ୍ଥାନକୁ ପ୍ରେରଣ କରାଯାଉଥିଲା । ଏହି କ୍ରମରେ ମାଫିଆମାନେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଲାଭ କରୁଥିଲେ । ଗିରଫ ହୋଇଥିବା ୨୨ ଜଣଙ୍କ ମଧ୍ୟରୁ ଅନେକ ପେଶାରେ ଆଇଟି ପ୍ରଫେସନାଲ ଓ ଉଚ୍ଚ ଶିକ୍ଷିତ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/5-19.jpg)