ଦୁର୍ବଳ ହେଉଛି ଆତଙ୍କବାଦୀ ସଙ୍ଗଠନ : ଧାରା ୩୭୦ ଉଚ୍ଛେଦ ପରେ ଶେଷ ନିଶ୍ୱାସ ଗଣିବା ଆରମ୍ଭ କରିଛି ହିଜବୁଲ ମୁଜାହିଦ୍ଦିନ

497

କନକ ବ୍ୟୁରୋ : ଶେଷ ନିଶ୍ୱାସ ନେବା ଅପେକ୍ଷାରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ । ନା ଅସ୍ତ୍ରଶସ୍ତ୍ର ଅଛି, ନା ଆଶ୍ରୟ ମିଳୁଛି, ନା ଟଙ୍କା ଆସୁଛି, ନା କଶ୍ମୀର ଯୁବକଙ୍କ ସମର୍ଥନ ପାଉଛି । କିଛି ଏଭଳି ଅବସ୍ଥାରେ ଏବେ ପଡ଼ିରହିଛି ଏହି ଆତଙ୍କବାଦୀ ସଙ୍ଗଠନ । ମୁଖ୍ୟତଃ କଶ୍ମୀରରେ ସୁରକ୍ଷା ବାହିନୀର ଜୋରଦାର ଅପରେସନ ଓ କଶ୍ମୀରବାସୀଙ୍କ ସମର୍ଥନ ହ୍ରାସ ପାଇବା ଫଳରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ ଏବେ ଏହାର ଶେଷ ନିଶ୍ୱାସ ଗଣିବା ଆରମ୍ଭ କରିଛି ।

ଦିନେ ଏହି ସଙ୍ଗଠନରେ ପ୍ରାୟ ୫ ହଜାର ଆତଙ୍କବାଦୀ ଥିବାବେଳେ ଏବେ କେବଳ ୫ ଜଣ ଆତଙ୍କବାଦୀ ରହିଛନ୍ତି । ଏହା ବ୍ୟତୀତ ହିଜବୁଲର ଆର୍ଥିକ ନେଟୱାର୍କ ପ୍ରାୟ ନଷ୍ଟ ହୋଇଯାଇଛି । ଏଥି ସହିତ ପାକିସ୍ତାନ ଅନେକ ନୂତନ ଆତଙ୍କବାଦୀ ସଙ୍ଗଠନ ଗଠନ କରି ହିଜବୁଲକୁ ପଛକୁ ଠେଲି ଦେଇଛି । କଶ୍ମୀରର ମହମ୍ମଦ ୟୁସୁଫ ଶାହା ଓରଫ ସୟଦ ସଲାହୁଦ୍ଦିନ ଏହି ସଙ୍ଗଠନର ମୁଖ୍ୟ କମାଣ୍ଡର ଥିବାବେଳେ ଯିଏକି ୩୧ ବର୍ଷ ଧରି ଜମ୍ମୁକଶ୍ମୀରରେ ଲୁଚି ରହିଛି । ଗତ ତିନି ବର୍ଷ ମଧ୍ୟରେ ଅଧିକାଂଶ ହିଜବୁଲ ଆତଙ୍କବାଦୀ ନିହତ ହୋଇଥିବାବେଳେ ଚାରିମାସ ପୂର୍ବରୁ ହିଜବୁଲ ଆତଙ୍କବାଦୀଙ୍କ ସଂଖ୍ୟା ନଅ ଥିଲା । ଏବେ ୫ ଜଣ ଆତଙ୍କବାଦୀ ରହିଛନ୍ତି ।