କନକ ବ୍ୟୁରୋ : ଦେଶର ସବୁଠୁ ବଡ଼ ବିମାନ ବନ୍ଦରର ଆଜି ହେବ ଶିଳାନ୍ୟାସ । ଆଜି ଦିନ ୧ଟାରେ ଉତରପ୍ରଦେଶ ଗୌତମବୁଦ୍ଧ ନଗର ଜେୱରରେ ନୋଏଡା ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ୨୦୨୪ ସୁଦ୍ଧା ଏହି ବିମାନ ବନ୍ଦର କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ୫୦ କୋଟି ଟଙ୍କା ବିନିଯୋଗ ହେବ । ଏହି ବିମାନ ବନ୍ଦର ପାଇଁ ଯୋଗୀ ସରକାର ୫ ହଜାର ୮୪୫ ହେକ୍ଟର ଜମି ଦେଇଛନ୍ତି ।
ଯୋଗୀ ସରକାର ଏହାକୁ ଏସିଆର ସବୁଠୁ ବଡ଼ ଏୟାରପୋର୍ଟ ବୋଲି କହିଛନ୍ତି । ଏହା ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ବିମାନ ବନ୍ଦର । ଏହି ଏୟାରପୋର୍ଟରେ ହେବାକୁ ଥିବା କାର୍ଗୋ ଟର୍ମିନାଲର କ୍ଷମତା ୨୦ ଲକ୍ଷ ମେଟ୍ରିକ୍ ଟନ୍ । ଏହାକୁ ବୃଦ୍ଧି କରି ୮୦ ଲକ୍ଷ ମେଟ୍ରିକ୍ ଟନ୍ କରାଯିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି, ଏହା ଏକ ଡ୍ରିମ୍ ପ୍ରୋଜେକ୍ଟ । ଏହି ଏୟାରପୋର୍ଟରେ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/1-33.jpg)