କନକ ବ୍ୟୁରୋ : ଦିନକ ପରେ ସାବିତ୍ରୀ । ଆଉ ଆଜି ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ତାହା ଚିନ୍ତା ଜନକ । ଓଡିଶାରେ ଏବେ ବି କରୋନା ବିପଦଜନକ ପରିସ୍ଥିତିରେ ରହିଛି । ଆସନ୍ତାକାଲି ବଜାରରେ ପ୍ରବଳ ଭିଡର ଆଶଙ୍କା ରହୁଛି । ଏଭଳି ପରିସ୍ଥିତିରେ ସତର୍କ ରହିବାର ଖୁବ୍ ଆବଶ୍ୟକତା ରହିଛି ।
ସାବିତ୍ରୀ ପାଇଁ ବଜାରରେ ଭିଡ । ଯେଉଁ ଭିଡକୁ ଦେଖିଲେ ଆପଣ ବି ଚିନ୍ତାରେ ପଡିଯିବେ । ଓଡିଶାର ଏକ ପାରମ୍ପରିକ ପର୍ବ ସାବିତ୍ରୀ ପାଇଁ ବଜାର ଯାଇ ଫଳମୂଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାର ଆବଶ୍ୟକତା ଥାଏ । ସେଥିପାଇଁ ଲୋକେ ହୁଏତ ସବୁ ଭୁଲିଯାଆନ୍ତି ଯେ, ଏବେ ବି କରୋନା ଏକ ବିପଦପୂର୍ଣ୍ଣ ପରିସ୍ଥିତିରେ ଅଛି । ଏହି ଚିତ୍ର ଦେଖାଇବାର ଅଭିପ୍ରାୟ ହେଉଛି ଯେ ଆଉ ଗୋଟିଏ ଦିନ ପରେ ସାବିତ୍ରୀ । ତେଣୁ ଆମକୁ ଅନ୍ତତଃ ଗୋଟିଏ ଦିନ ପାଇଁ ସତର୍କ ରହିବାକୁ ପଡିବ ।
ସରକାର କିମ୍ବା ପ୍ରଶାସନ କଣ କରିବା କଥା କିମ୍ବା କଣ କରିପାରିବ ତାହା ତ ଏକ ବିତର୍କର ବିଷୟ । କିନ୍ତୁ ନିଜେ ସଚେତନ ନ ହେଲେ ବିପଦ ନିଜ ଉପରକୁ ହିଁ ଆସିବ । ବାଲେଶ୍ୱରର ଏହି ଚିତ୍ର ସତର୍କ କରିବା ପାଇଁ ବାଧ୍ୟ କରୁଛି ଯେ, ସାବିତ୍ରୀ ସତର୍କତାର ସହ ପାଳନ କରାଯିବା ଦରକାର ।
Follow Us