କନକ ବ୍ୟୁରୋ : ପେଶାଦାର କ୍ୟାମେରା ନାହିଁ, କି ପେଶାଦାର ଡିଗ୍ରୀ ନାହିଁ । କିନ୍ତୁ ନିଜର ଇଚ୍ଛାଶକ୍ତି ବଳରେ ଛୋଟିଆ କ୍ୟାମେରାରେ ସଟ୍ ଫିଲ୍ମ କରି ଚର୍ଚ୍ଚାରେ ଅଛନ୍ତି ନବରଙ୍ଗପୁରର ଯୁବକ । ଫିଲ୍ମ ପୁଣି ନିର୍ମାଣ ହୋଇଛି କୋରାପୁଟିଆ ଦେଶୀଆ ଭାଷାରେ । ମାତ୍ର ୨୨ ବର୍ଷ ବୟସରେ ୬୦ରୁ ଅଧିକ ସଚେତନ ଧର୍ମୀ ଫିଲ୍ମ କରି ପ୍ରଶଂସା ସାଉଁଟୁଛନ୍ତି ନବରଙ୍ଗପୁର ଜିଲ୍ଲା ଦୁରାଗାଁର ବିଶ୍ୱନାଥ ବିଶୋୟୀ ।
ସ୍ଥାନୀୟ କିଛି ଉତ୍ସାହି ଯୁବକ-ଯୁବତୀଙ୍କୁ ନେଇ ଫିଲ୍ମ ନିର୍ମାଣ କରୁଛନ୍ତି । ୟୁ-ଟ୍ୟୁବ୍ ଭଳି ସୋସିଆଲ ମିଡ଼ିଆରେ ଏହି ସବୁ ଫିଲ୍ମ ନିର୍ମାଣକରି ଚର୍ଚ୍ଚାରେ ଅଛନ୍ତି ବିଶ୍ୱନାଥ ଏବଂ ତାଙ୍କ ଟିମ୍ । ଋଣ କରି ପ୍ରଥମେ ସୁଟିଂ ଆରମ୍ଭ କରିଥିଲେ ବିଶ୍ୱନାଥ । ଏବେ ତାଙ୍କ ଦ୍ୱାରା ନିର୍ମିତ ଫିଲ୍ମ ୟୁ-ଟ୍ୟୁବ୍ରେ ଲକ୍ଷ ଲକ୍ଷ ଦର୍ଶକ ସାଉଁଟୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/30-5.jpg)