କନକ ବ୍ୟୁରୋ : ଭଗୱନ୍ତ ମାନ୍ ହେବେ ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏନେଇ ଘୋଷଣା କରିଛନ୍ତି । ପବ୍ଲିକ୍ ଭୋଟିଂ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କେଜ୍ରିୱାଲ । ସେ କହିଛନ୍ତି ୨୧ ଲକ୍ଷରୁ ଅଧିକ ପଞ୍ଜାବର ଲୋକ ପବ୍ଲିକ୍ ଭୋଟିଂରେ ନିଜର ମତ ରଖିଥିଲେ । ଏଥିରେ ୯୩.୩ ପ୍ରତିଶତ ଭଗୱନ୍ତଙ୍କ ନାଁ ନେଇଥିଲେ । କେଜ୍ରିୱାଲ କହିଛନ୍ତି ପଞ୍ଜାବ ପାଇଁ ଆଜି ଐତିହାସିକ ଦିନ । ପଞ୍ଜାବରେ ଆପ୍ ସରକାର ଗଠନ କରିବାକୁ ଯାଉଛି ।

Advertisment

ଭଗୱନ୍ତ ମାନ୍ କିଏ ?

- ଜଣେ ହାସ୍ୟ ଅଭିନେତା ଭାବେ ସେ ବେଶ୍ ଜଣାଶୁଣା
- ୨୦୧୨ରେ ମନପ୍ରୀତ ବାଦଲଙ୍କ ପିପିପିରେ ସାମିଲ ହୋଇଥିଲେ
- ୨୦୧୨ରେ ଲହରା ବିଧାନସଭା ଆସନରୁ ପରାସ୍ତ ହୋଇଥିଲେ
- ୨୦୧୪ରେ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ ଭଗୱନ୍ତ
- ୨୦୧୪ରେ ସଂଗରୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ
- ୨୦୧୭ରେ ଜଲାଲାବାଦରୁ ବିଧାନସଭା ନିର୍ବାଚନ ଲଢିଥିଲେ
- ସୁଖବୀର ବାଦଲଙ୍କଠାରୁ ସେ ନିର୍ବାଚନ ହାରି ଯାଇଥିଲେ
- ୨୦୧୯ ନିର୍ବାଚନରେ ସଂଗରୁରୁ ପୁଣି ଲୋକସଭା ନିର୍ବାଚନ ଜିତିଥିଲେ