ଦେଶରେ ନିର୍ମିତ ବାୟୋଲୋଜିକାଲ-ଇ କୋଭିଡ ଭ୍ୟାକ୍ସିନ ‘କୋରବେଭ୍ୟାକ୍ସ’ ହୋଇପାରେ ୯୦ ପ୍ରତିଶତ ପ୍ରଭାବୀ । ନୋଭାଭ୍ୟାକ୍ସ ଭଳି କରିବ କାମ

160

କନକ ବ୍ୟୁରୋ : ଦେଶରେ ପ୍ରସ୍ତୁତ ହୋଇଥିବା ବାୟୋଲୋଜିକାଲ –ଇ ଭ୍ୟାକ୍ସିନ କରୋନା ବିରୋଧରେ ୯୦ ପ୍ରତିଶତ ପ୍ରଭାବୀ ହୋଇପାରେ ବୋଲି ଅନୁମାନ କରାଯାଇଛି । ଏହାସହ ଏହା କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଗୁରୁ ଦାୟୀତ୍ୱ ତୁଲାଇବ ବୋଲି କୁହାଯାଇଛି ।

ଦେଶର ଜଣେ ଶୀର୍ଷ ଡାକ୍ତର ସରକାରଙ୍କ ପରାମର୍ଶ କମିଟିକୁ ଏଭଳି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କୋଭିଡ ବ୍ରେକିଂ ଗ୍ରୁପର ଚେୟାରପର୍ସନ ଏନ.କେ ଆରୋରା କହିଛନ୍ତି କି ଏହି ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହଂଚି ସାରିଛି । ଏହି ଟିକା ଅକ୍ଟୋବର ମାସରୁ ଉପଲବ୍ଧ ହୋଇପାରେ । ଡ. ଆରୋରାଙ୍କ କହିବା ମୁତାବକ ଏହି ଭ୍ୟାକ୍ସିନର ନାମ କୋରବେଭ୍ୟାକ୍ସ ରହିବ । ନୋଭାଭ୍ୟାକ୍ସ କୋଭିଡର ସମସ୍ତ ଭାରିଏଣ୍ଟ ବିରୋଧରେ ୯୦ ପ୍ରତିଶତ ପ୍ରଭାବଶାଳୀ । ଏହି ଟିକାକୁ ଦେଶର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯିବ । ସେରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡର ଏଷ୍ଟ୍ରାଜେନିକାର ଭ୍ୟାକ୍ସିନ କୋଭିସିଲ୍ଡର ବି ପ୍ରସ୍ତୁତ କରୁଛି ।

ଡ.ଆରୋରା ଆହୁରି କହିଛନ୍ତି ନୋଭାଭ୍ୟାକ୍ସ ଟିକା ବେସ୍ ରୋମାଞ୍ଚକର ଅଟେ । କିଛି ସପ୍ତାହ ପୂର୍ବରୁ ଜଣାପଡିଛି କି ସେରମ ଇନଷ୍ଟିଚ୍ୟୁଟ ଦେଶରେ ଗୋଟିଏ ବର୍ଷର ପାଖା ପାଖି ୧ ଆରବ ଡୋଜ ଟିକା ପ୍ରସ୍ତୁତ କରିବାକୁ ଯାଉଛି । ଏହାସହ ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହେଉଥିବା ନୋଭାଭ୍ୟାକ୍ସ ଟିକା ସହଜ ଓ ଶାସ୍ତା ହେବ ବୋଲି ସେ କହିଛନ୍ତି । ଏହା ସହିତ କିଛି ସାମଞ୍ଜସ୍ୟ ଥିବା ବାୟୋଲୋଜିକାଲ-ଇ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହଂଚି ସାରିଛି । ଏହି ଟିକାର ପ୍ରଭାବ ବେସ୍ ଭଲ ରହିବ ବୋଲି କୁହାଯାଇଛି । ଏହାର ୨ ଟି ଡୋଜକୁ ମାତ୍ର ୨୫୦ ଟଙ୍କା ମଧ୍ୟରେ ବିକ୍ରି କରାଯିବ ।