ରାଜ୍ୟରେ ସାମାନ୍ୟ ତଳ ଉପର ହେଉଛି କରୋନା ଗ୍ରାଫ : ଗତ ୨୪ ଘଂଟାରେ ୬୦୯୭ ନୂଆ ଆକ୍ରାନ୍ତ, ୪୪ ମୃତ; ପଜିଟିଭ ହାର ୮.୭୫%

172

କନକ ବ୍ୟୁରୋ : ରାଜ୍ୟରେ ସାମାନ୍ୟ ତଳ ଉପର ହେଉଛି କରୋନା ଗ୍ରାଫ । ଗତ ୨୪ ଘଂଟାରେ ୬ ହଜାର ୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ସଂଗରୋଧରୁ ୩ ହଜାର ୪୪୬ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨ ହଜାର ୬୫୧ଜଣ । କିଛି ଦିନ ବ୍ୟବଧ୍ୟାନ ପରେ ପୁଣି ଖୋର୍ଦ୍ଧା ଜିଲ୍ଲାରେ ହଜାରେ ଟପିଲା ସଂକ୍ରମଣ ସଂଖ୍ୟା ।

ଆଜି ଖୋର୍ଦ୍ଧାରୁ ୧ହଜାର ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୪୭, ଯାଜପୁରରୁ ୪୩୪, ବାଲେଶ୍ୱରରୁ ୩୯୨, ଅନୁଗୁଳରୁ ୨୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରେ ୪୪ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ଦୈନିକ କରୋନା ସଂକ୍ରମଣ ମିଶି ମୋଟ ସଂକ୍ରମଣ ସଂଖ୍ୟା ରହିଛି ୮ଲକ୍ଷ ୩୭ ହଜାର ୨୨୬ । ସୁସ୍ଥ ହୋଇଛନ୍ତି ୭ଲକ୍ଷ ୬୪ ହଜାର ୬୭୩ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୬୯ ହଜାର ୩୩୩ଜଣ ।