କନକ ବ୍ୟୁରୋ : ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୫୬ ହଜାର ୬୮୪ ନମୁନା ପରୀକ୍ଷା କରାଯାଇଛି । ସେହିପରି ରାଜ୍ୟରେ ୨୪ ଘଂଟାରେ ୧୦ ହଜାର ୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୭୭୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୪୫୪୨ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୧୯,କଟକରୁ ୭୩୧, କଳାହାଣ୍ଡିରୁ ୫୯୯, ପୁରୀରୁ ୪୭୨, ଅନୁଗୁଳରୁ ୪୭୧, ମୟୂରଭଂଜରୁ ୪୫୮, ସମ୍ବଲପୁରରୁ ୪୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୭ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା ।
ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୩୩ ହଜାର ୩୦୨, ସେଥିରୁ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୨୬ ହଜାର ୩୫୩ଜଣ । ସେହିପରି ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୪ ହଜାର ୫୩୯ ରହିଛି । ଗୋଟିଏ ଦିନରେ ରାଜ୍ୟରେ ମହାମାରୀରେ ୨୨ଜଣଙ୍କ ଜୀବନ ଯାଇଛି । ବଲାଙ୍ଗୀରରୁ ଜଣେ, ଗଜପତି, କୋରାପୁଟ, ରାୟଗଡ଼ାରୁ ୨ଜଣ ଲେଖାଏଁ, ବୌଦ୍ଧ, ସୁନ୍ଦରଗଡ଼, କଳାହାଣ୍ଡି, ଖୋର୍ଦ୍ଧା, ନୂଆପଡ଼ାରୁ ୩ଜଣ ଲେଖାଏଁଙ୍କ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୧୪ ରହିଛି ।