ରାଜ୍ୟରେ ୧୧ ହଜାର ୮୦୫ ଦୈନିକ ସଂକ୍ରମଣ , ୨୧ ମୃତ : ଖୋର୍ଦ୍ଧାରେ ସର୍ବାଧିକ ୧୪୧୪ ପଜିଟିଭ

265

କନକ ବ୍ୟୁରୋ : ଗତ ୨୪ ଘଂଟାରେ ରାଜ୍ୟରେ ୫୬ ହଜାର ୬୦୨ ନମୂନା ପରୀକ୍ଷା ହୋଇଥିବା ବେଳେ ୧୧ ହଜାର ୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଟେଷ୍ଟ ଜପିଟିଭିଟି ରେଟ୍ ୨୦.୮୫ ପ୍ରତିଶତ ରହିଛି । ସଙ୍ଗରୋଧରୁ ୬ ହଜାର ୬୧୧ ଓ ସ୍ଥାନୀୟ ସଂକ୍ରମିତ ୫ ହଜାର ୧୯୪ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୧୪୧୪ ଏବଂ ସୁନ୍ଦରଗଡରୁ ୧୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷରେ ଅନୁଗୁଳରୁ ୬୬୮, ବରଗଡ଼ରୁ ୪୨୧, ଭଦ୍ରକରୁ ୩୦୦, ବାଲେଶ୍ୱରରୁ ୩୦୩,  ବଲାଙ୍ଗୀରରୁ ୩୫୮, ମୟୂରଭଞ୍ଜରୁ ୩୭୪, ପୁରୀରୁ ୩୮୮, ଯାଜପୁରରୁ ୪୩୬, ଝାରସୁଗୁଡ଼ାରୁ ୩୨୭ , ବୌଦ୍ଧରୁ ୨୪୬, ଦେବଗଡ଼ରୁ ୧୦୯, ଢେଙ୍କାନାଳରୁ ୨୮୦, ଗଜପତିରୁ ୧୧୫, ଗଞ୍ଜାମରୁ ୩୩୧, କୋରାପୁଟରୁ ୧୯୬, ଜଗତସିଂହପୁରରୁ ୨୭୪, ଯାଜପୁରରୁ ୩୯୨, କଳାହାଣ୍ଡିରୁ ୩୭୭, କନ୍ଧମାଳରୁ ୮୩, କେନ୍ଦ୍ରାପଡ଼ାରୁ ୧୪୭, କେନ୍ଦୁଝରରୁ ୧୮୮,  ମାଲକାନଗିରିରୁ ୯୪, ନବରଙ୍ଗପୁରରୁ ୨୩୯, ନୟାଗଡ଼ରୁ ୨୮୦, ନୂଆପଡ଼ାରୁ ୩୦୭, ରାୟଗଡ଼ାରୁ ୧୩୭, ସମ୍ବଲପୁରରୁ ୫୫୩,  ସୋନପୁରରୁ ୨୧୪, ଓ ଷ୍ଟେଟ୍ ପୁଲରୁ ୨୮୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୨୧ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନୁଗୁଳରୁ ୩, କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ, ସୁନ୍ଦରଗଡ ଓ ରାୟଗଡାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ, ଗଜପତି, କୋରାପୁଟ ଓ ନୂଆପଡାରେ ଜଣେ ଲେଖାଏଁ ବ୍ୟକ୍ତି କରୋନାରେ ପ୍ରାଣ ହରାଛନ୍ତି । ମେ ମାସର ୧୫ ଦିନରେ ମୋଟ୍ ୧ ଲକ୍ଷ ୧୩ ହଜାର ୫୯୧ ସଂକ୍ରମିତ ଚିହ୍ନଟ ହେଲେଣି । ଏହି ୧୫ ଦିନରେ ମୋଟ୍ ୧୧୮ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି ।

ତେବେ ରାଜ୍ୟରେ ଗତ ୨୪ ଘଂଟାରେ ୯ ହଜାର ୩୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୪୭୧ରେ ପହଂଚିଛି । ସେହିପରି ରାଜ୍ୟରେ ଆଜି ପର୍ଯ୍ୟନ୍ତ ମୋଟ୍ ୬ ଲକ୍ଷ ୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।