କନକ ବ୍ୟୁରୋ : ଆଜି ପୁଣି ୧୨୮ ପିଲାଙ୍କୁ କରୋନା । ୨୪ ଘଂଟା ଭିତରେ ବଢିଲା ସଂକ୍ରମିତଙ୍କ ସଂଖ୍ୟା । ୧୦୪୧ ପଜିଟିଭ ଚିହ୍ନଟ । ଏମାନଙ୍କ ଭିତରୁ ୬୦୫ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୪୩୬ ଜଣ ସ୍ଥାନୀୟ ସଂକ୍ରମିତ । ସେପଟେ ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ ।
ଖୋର୍ଦ୍ଧାରୁ ସର୍ବାଧିକ ୩୯୮, ଅନୁଗୁଳରୁ ୨୯ ଜଣ, ବାଲେଶ୍ୱରରୁ ୨୨ ଜଣ, ବରଗଡ଼ରୁ ୭ ଜଣ, ଭଦ୍ରକରୁ ୧୫ ଜଣ, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧ ଜିଲ୍ଲାରୁ ୧ ଜଣ, କଟକରୁ ୧୭୬ ଜଣ, ଦେବଗଡ଼ରୁ ୭ ଜଣ, ଢେଙ୍କାନାଳରୁ ୧୫ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ୪୩ ଜଣ, ଯାଜପୁରରୁ ୫୬ ଜଣ, ଝାରସୁଗୁଡ଼ାରୁ ୧ ଜଣ, କଳାହାଣ୍ଡିରୁ ୪ ଜଣ, କନ୍ଧମାଳରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୩୭ ଜଣ, କେଉଁଝରରୁ ୧୨ ଜଣ, ମାଲକାନଗିରିରୁ ୩ ଜଣ, ମୟୁରଭଞ୍ଜରୁ ୩୬ ଜଣ, ନୟାଗଡ଼ରୁ ୧୩ ଜଣ, ନୂଆପଡ଼ାରୁ ୧ ଜଣ, ପୁରୀରୁ ୩୪ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ୱଲପୁରରୁ ୯ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟ ପୁଲରୁ ୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୮ହଜାର ୧୮୭କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୮୧ ହଜାର ୩୧୬ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୯ହଜାର ୬୬୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସେହିପରି ୨୪ ଘଂଟା ଭିତରେ ୬୬ହଜାର ୨୮୧ ଟି ନମୁନା ପରୀକ୍ଷା ହୋଇଛି । ପଜିଟିଭ ହାର ରହିଛି ୧ ଦଶମିକ ୫୭ ପ୍ରତିଶତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/1-28.jpg)