ଅନ୍ଧ ବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରୁନି ମଣିଷ: ପ୍ରେତତ୍ମା ଭୟରେ ଖାଲି ହେଉଛି ଗାଁ; ସଂଜ ନଇଁଲେ ପଡୁଛି ତାଟି କବାଟ, ଭିଟାମାଟି ଛାଡୁଛନ୍ତି ଲୋକେ

ପ୍ରତିକାର ପାଇଁ ଗୁଣିଆ ଭରସା

702

କନକ ବ୍ୟୁରୋ: ଭୁତ ଭୟରେ ଗାଁରେ ପଡୁଛି ତାଟି କବାଟ । ପ୍ରେତାତ୍ମା ଭୟରେ ସଂଧ୍ୟା ହେଲେ ଜନଶୂନ୍ୟ ହୋଇପଡୁଛି ଗାଁ । ରୋଗ ଭଲ କରିବା ସହ ଗାଁରୁ ପ୍ରେତାତ୍ମା ଘଉଡେଇବା ପାଇଁ ଗୁଣିଆ ଡାକି କରାଯାଉଛି ଝଡାଫୁଙ୍କା । ଏକବିଂଶ ଶତାବ୍ଦୀରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତର ଲୁଣ୍ଡରୁଝୁରି ଗାଁରେ । ଏମିତି କି ୧୭ ଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଭୁତ ଭୟରେ ଗାଁରେ ପଡୁଛି ତାଟି କବାଟ । ପ୍ରେତାତ୍ମା ଭୟରେ ସଂଧ୍ୟା ହେଲେ ଜନଶୂନ୍ୟ ହୋଇପଡୁଛି ଗାଁ । ରୋଗ ଭଲ କରିବା ସହ ଗାଁରୁ ପ୍ରେତାତ୍ମା ଘଉଡେଇବା ପାଇଁ ଗୁଣିଆ ଡାକି କରାଯାଉଛି ଝଡାଫୁଙ୍କା । ଏକବିଂଶ ଶତାବ୍ଦୀରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତର ଲୁଣ୍ଡରୁଝୁରି ଗାଁରେ ।

ବୌଦ୍ଧ-ନୟାଗଡ ଜିଲ୍ଲାର ସେହି ସୀମାନ୍ତବର୍ତ୍ତୀ ଲୁଣ୍ଡୁରୁଝରି ଗାଁ । ଯେଉଁଠି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରିନାହାନ୍ତି ଆଦିବାସୀ ମଣିଷ । ଗାଁରେ ପ୍ରେତତ୍ମା ବଲୁଥିବା ଭୟରେ ସଂଧ୍ୟା ହେଲେ ପଡୁଛି ତାଟି କବାଟ । କେତେକ ତ ପୁରା ଗାଁ ଛାଡି ଦେଇଛନ୍ତି । ପ୍ରାୟ ୧ ହଜାର ଲୋକ ରହୁଥିବା ଏହି ଗାଁରେ ପ୍ରତ୍ୟେକ ଦିନ କେହି ନା କେହି ପ୍ରେତତ୍ମାର ଶୀକାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅସୁସ୍ଥ ଲୋକଙ୍କୁ ଡାକ୍ତରୀ ଚିକିତ୍ସା କରାଇଲେ ଭଲ ହେଉନଥିବାରୁ ଗ୍ରାମବାସୀ ଝଡାଫୁଙ୍କା ଉପରେ ଭରସା କରୁଛନ୍ତି । ଗୁଣିଆ ଡକାଇ ଗାଁ ଦାଣ୍ଡରେ ପୂଜାର୍ଚ୍ଚନା କରୁଛନ୍ତି । ଗୁଣିଆର ଝଡାଫୁଙ୍କାରେ ଅସୁସ୍ଥ ବ୍ୟକ୍ତି ସୁସ୍ଥ ହେଉଥିବା ନେଇ ଅନ୍ଧବିଶ୍ୱାସ ଭଳି କୁସଂସ୍କାର ଲୋକଙ୍କ ମନରେ ବସା ବାନ୍ଧିଛି ।

ସବୁ ଅଘଟଣ ପଛରେ ରହିଛି ପ୍ରେତତ୍ମା! ଲୋକଙ୍କ ମନରେ ବସା ବାନ୍ଧିଛି ଅନ୍ଧବିଶ୍ୱାସ । ରୋଗରେ ଆକ୍ରାନ୍ତ ହେଲେ ଗାଁକୁ ଗୁଣିଆ ଡଙ୍ଗାଇ ଝଡାଫୁଙ୍କା କରୁଛନ୍ତି । ଅନ୍ଧବିଶ୍ୱାସ ଲୋକଙ୍କ ମନରେ ବସା ବାନ୍ଧିିଛି ଯେ ଜୀବନ ବଂଚାଇବା ଲୋକେ ସନ୍ଧ୍ୟା ନଇଁଲେ ଗାଁ ଛାଡି ଅନ୍ୟ ଗ୍ରାମରେ ଆଶ୍ରୟ ନେଉଛନ୍ତି । ହେଲେ ଏଯାଏଁ ଗାଁରେ କୌଣସି ପ୍ରଶାସନିକ ଅଧିକାରୀ ପହଂଚିନାହାନ୍ତି ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ତେବେ ପ୍ରେତାତ୍ମା ଭୟ ଭଳି ଅନ୍ଧ ବିଶ୍ୱାସ ଲୁଣ୍ଡୁରୁଝରି ଗାଁର ଲୋକଙ୍କୁ ଘେର୍ି ରହିଥିବା ବେଳେ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଜରୁରୀ ।