ଦେଶବାସୀଙ୍କୁ ନୂଆବର୍ଷର ଶୁଭେଛା ଜଣାଇଲେ ରଷ୍ଟ୍ରପତି ରାମନାଥ କୋବିନ୍ଦ : କହିଲେ ପ୍ରଗତି ପଥରେ ଆଗେଇ ଚାଲୁ ଦେଶ

ସେପଟେ ପ୍ରଧାନମନ୍ତ୍ରୀଙ୍କ ନୂଆ ବର୍ଷ ଟୁଇଟ୍ ; ଶୁଭେଛା ଜଣାଇ ଉତମ ସ୍ୱାସ୍ଥ୍ୟ ପାଇଁ କଲେ କାମନା

43

କନକ ବ୍ୟୁରୋ : ନୂଆ ସମ୍ଭାବନା ଓ ସମ୍ବୃଦ୍ଧିର ବର୍ଷ ହେଉ ୨୦୨୧ । ନୂଆ ବର୍ଷରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ନୂଆ ବର୍ଷା କିଛି ନୂଆ ଆରମ୍ଭ କରିବାର ଅବସର ହେଉ । ସମସ୍ତେ ସୁସ୍ଥ ରୁହନ୍ତୁ । ଏହାସହ ବ୍ୟକ୍ତିଗତ ଓ ସାମୁହିକ ବିକାଶ ପାଇଁ ନେଇଥିବା ସଂକଳ୍ପକୁ ପୂରଣ କରିବା ପାଇଁ ଶକ୍ତି ଦେଉ ଏହି ନୂଆ ବର୍ଷ । ଆସନ୍ତୁ ସମସ୍ତେ ମିଳିମିଶି ସ୍ନେହ ଓ ଶ୍ରଦ୍ଧାର ସହ ଏକ ସମୃଦ୍ଧି ଓ ଶସକ୍ତ ସମାଜ ଗଠନ କରିବା । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଦେଶବାସୀଙ୍କ ସୁସ୍ଥ, ସୁଖ ଓ ସମ୍ବୃଦ୍ଧି କାମନା କରିଛନ୍ତି ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଜର ଶୁଭେଚ୍ଛା ବାର୍ତ୍ତାରେ ୨୦୨୧ ବର୍ଷ ରାଜ୍ୟବାସୀଙ୍କ ଜୀବନରେ ହସ, ଖୁସି, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି କହିଛନ୍ତି। ଏହାଛଡ଼ା ରାଜ୍ୟକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ନିଷ୍ଠାପର ପ୍ରୟାସ ଜାରି ରଖିବାକୁ ସେ ଆହ୍ବାନ ଦେଇଛନ୍ତି।