କାହିଁକି ତାଲିବାନ ଛାଡ଼ିବା ଜରୁରୀ ଥିଲା ସଫେଇ ଦେଲେ ବାଇଡେନ : କହିଲେ, ଜଟିଳ ପରିସ୍ଥିତି ଭିତରେ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଥିଲା ବଡ଼ ଆହ୍ୱାନ

273

କନକ ବ୍ୟୁରୋ : ଦୀର୍ଘ ୨୦ବର୍ଷର ଯୁଦ୍ଧ ଅନ୍ତ କରି ଆମେରୀକିୟ ସୈନିକ ନିଜ ଦେଶକୁ ଫେରିଛନ୍ତି । ତେବେ ନିର୍ଦ୍ଧାରିତ ସମୟ ଭିତରେ କାହିଁକି ଆମେରିକା, ଆଫଗାନିସ୍ତାନ ଛାଡ଼ିବା ଜରୁରୀ ଥିଲା ସେ ନେଇ ସଫେଇ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଜଟିଳ ପରିସ୍ଥିତି ଭିତରେ ସଂପୂର୍ଣ୍ଣ ସେନା ପ୍ରତ୍ୟାହାର ସବୁଠୁ ବଡ଼ ଆହ୍ୱାନ ଥିଲା ବୋଲି କହିଛନ୍ତି ରାଷ୍ଟ୍ରପତି ବାଇଡେନ ।

ଦେଶକୁ ସମ୍ବୋଧନ କରି ଜୋ ବାଇଡେନ ଆମେରୀକିୟ ସେନାର ପ୍ରଶଂସା କରିବା ସହ ହଜାର ହଜାର ସୈନିକ ଓ ୧ଲକ୍ଷ ୨୦ହଜାର ଅମେରିକୀୟ ଓ ସହଯୋଗୀଙ୍କୁ ଉଦ୍ଧାର କରି ୨୦ବର୍ଷ ଲମ୍ବା ଯୁଦ୍ଧ ଶେଷ କରିବାକୁ ଅଭୁତପୂର୍ବ ସଫଳତା ବୋଲି କହିଛନ୍ତି । କାବୁଲରୁ ଆମେରିକା ସେନାର ଶେଷ ବିମାନ ଉଡାଣ ଭରିବାର ୨୪ଘଂଟା ପରେ ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ସମ୍ବୋଧନ କରି ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତି ଜରୁରୀ ଥିଲା ବୋଲି ସଫେଇ ରଖିଛନ୍ତି ।