ଶୀତରେ ଥରୁଛି ସାରା ଓଡିଶା , ୮ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ : ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା , ପାଣିପାଗ ବିଭାଗର ଅନୁମାନ ; ଆହୁରି ୪ ଦିନ ଶୀତ ଲହରୀ 

118

ଶୀତରେ ଥରୁଛି ସାରା ଓଡିଶା । ୧୦ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଛି ।  ସୁନ୍ଦରଗଡ, ଭବାନୀପାଟଣା, ଝାରୁସୁଗୁଡା, କୋରାପୁଟ, ବୌଦ୍ଧରେ ତାପମାତ୍ରା  ୧୦ ଡିଗ୍ରୀ ତଳେ ରହିଛି ।  ପାଣିପାଗ ବିଭାଗ କହିଛି,  ରାତିରେ ତାପମାତ୍ରାରେ କୌଣସି ପରିବର୍ତନ ହେବାର  କିଛି ପରବର୍ତନ ହେବାର ସମ୍ଭାବନା ରହିଛି ।  ଶୀତଲହରୀ ଆହୁରି ୪ ଦିନ ଧରି ଜାରି ରହିବ । ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଛି। ଅପରପକ୍ଷରେ ସୁନ୍ଦରଗଡ଼ରେ ୮ ଡିଗ୍ରି, ଭବାନୀପାଟଣାରେ ୯ ଡିଗ୍ରି, ଝାରସୁଗୁଡ଼ା ୯.୪ ଡିଗ୍ରି, କୋରାପୁଟରେ ୯.୬ ଡିଗ୍ରି ଓ ବୌଦ୍ଧରେ ୯.୫ ଡିଗ୍ରି ତାପମାତ୍ରା ରହିଛି।

ଏଣେ କଟକର ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରି ଓ ଭୁବନେଶ୍ବରର ୧୪ ଡିଗ୍ରି ରେକର୍ଡ କରାଯାଇଛି। ଠିକ୍ ସେହିପରି ପୁରୀରେ ସର୍ବନିମ୍ନ ତାପମାତ୍ରା ୧୬.୪ ଡିଗ୍ରି, ବଲାଙ୍ଗୀରରେ ୧୦ ଡିଗ୍ରି, ପାରାଦୀପରେ ୧୫.୪ ଡିଗ୍ରି ଓ ବାରିପଦାରେ ୧୦.୨ ରେକର୍ଡ କରାଯାଇଛି। ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆହୁରି ପ୍ରାୟ ୪ ଦିନ ଶୀତର ଲହରୀ ଜାରି ରହିବ ବୋଲି ଜଣାଯାଇଛି।