ବିଭିନ୍ନ ସ୍ଥାନରେ ପାରଦ ଖସିଲା ୫ ଡିଗ୍ରୀ: ଆସନ୍ତା ୨୪ ଘଂଟାରେ ୨ ଡିଗ୍ରୀ କମିବ ତାପମାତ୍ରା; ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବଢିପାରେ ଶୀତ

115

କନକ ବ୍ୟୁରୋ: ଖସୁଛି ତାପମାତ୍ରା, ବଢୁଛି ଶୀତ । ଉତର ଓ ଉତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବୋହୁଥିବା ଯୋଗୁଁ ରାଜ୍ୟରେ ତାପମାତ୍ରା କମିବାରେ ଲାଗିଛି । ବର୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ୫ଡିଗ୍ରୀ ତଳକୁ ଖସିଛି । ଆସନ୍ତା ୨ଦିନରେ ଏହା ଆହୁରୀ ୨ଡିଗ୍ରୀ ତଳକୁ ଖସିପାରେ । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଭ୍ୟନ୍ତରୀଣ ଓ ଉତର ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡିକରେ ତାପାମତ୍ରା କମିଛି ।

ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୫ଦଶମିକ ୨ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୫ଡିଗ୍ରୀ, ବାରିପଦାରେ ୪ଦଶମିକ ୭, ଅନୁଗୁଳ ଓ ଟିଟିଲାଗଡରେ ୪ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଛି ତାପମାତ୍ରା । ଆସନ୍ତା ୨୪ଘଂଟା ମଧ୍ୟରେ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ । ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମ ରହିବ । ଫଳରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢିବ ।