ଡିସେମ୍ବର ୧୫ରୁ ସଂସଦର ଶୀତକାଳୀନ ଅଧିବେଶନ : ଜାନୁଆରୀ ୫ ଯାଏ ଚାଲିବ

25

କନକ ବ୍ୟୁରୋ : ଡିସେମ୍ବର ୧୫ରୁ ଆରମ୍ଭ ହେବ ସଂସଦର ଶୀତକାଳିନ ଅଧିବେଶନ । ଜାନୁୟାରୀ ୫ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଏହି ଶୀତକାଳୀନ ଅଧିବେଶନରେ ରହିଛି ମୋଟ ୧୪ଟି କାର୍ଯ୍ୟଦିବସ । ଗୃହ କାର୍ଯ୍ୟ ସୂଚାରୁ ରୂପେ ଚଳାଇବା ପାଇଁ ବିରୋଧିଙ୍କୁ ନିବେଦନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ।

ଶୀତକାଳୀନ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ ହେବାର ରହିଛି । ନଭେମ୍ବରରେ ଶୀତକାଳୀନ ଅଧିବେଶନ ଡକାଯାଇନଥିବାରୁ ଏହାକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଥିଲେ ବିରୋଧି । ତେବେ ପୂର୍ବରୁ ମଧ୍ୟ ସରକାର ନିର୍ବାଚନକୁ ଦୃଷ୍ଟି ରଖି ଶୀତକାଳୀନ ଅଧିବେଶକୁ ଆରମ୍ଭ କରିବାରେ ତାରିଖ ଅଦଳବଦଳ କରିଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି । ଏହାସହ ଗୃହକୁ କାର୍ଯ୍ୟ ଠିକ୍ ଭାବେ ଚଲାଇବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ନେଇ ବିରୋଧିଙ୍କୁ ନିବେଦନ କରିଛନ୍ତି ଅନନ୍ତ କୁମାର ।