ଆଜିଠାରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ବିଧେୟକ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ୩୫ ଟି ବିଲ ଗୃହର ଅନୁମୋଦନ ପାଇଁ ଆଗତ କରାଯିବ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ନାଗରିକତା ସଂଶୋଧନ ବିଧେୟକ ଅନୁମୋଦନ କରାଇବା ସରକାରଙ୍କ ପାଇଁ ପ୍ରମୁଖ ପ୍ରସଙ୍ଗ ରହିବ। ଏହି ବିଧେୟକଙ୍କୁ ସମସ୍ତ ବିରୋଧୀ ଦଳ ଏବଂ ମାନବାଧିକାର ସଂଗଠନ ଓ କର୍ମୀମାନେ ବିରୋଧ କରୁଥିବା ସତ୍ଵେ କେନ୍ଦ୍ର ସରକାର ଗୃହର ଅନୁମୋଦନ ପାଇଁ ଚେଷ୍ଟା କରିବେ।

Advertisment

publive-image

ସୂଚନାଯୋଗ୍ୟ, ଗତ ବର୍ଷାକାଳୀନ ଅଧିବେଶନରେ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଛେଦ କରିଥିଲେ କିନ୍ତୁ ଆଜିଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ଏହି ବିଲକୁ ଅନୁମୋଦନ ମିଳିବାର ଖୁବ କମ୍ ସମ୍ଭାବନା ରହିଛି। ବିବାଦୀୟ ନାଗରିକତା ସଂଶୋଧନ ବିଧେୟକରେ ବାଂଲାଦେଶୀ, ପାକିସ୍ତାନୀ ଓ ଆଫଗାନିସ୍ତାନୀ ମୁସଲିମ ଚାହିଁଲେ ଭାରତୀୟ ନାଗରିକତା ଗ୍ରହଣ କରିପାରିବା ନେଇ ବ୍ୟବସ୍ତା ରହିଛି। ପ୍ରଥମେ ୨୦୧୬ ଜୁଲାଇରେ ଏହି ବିଧେୟକ ଗୃହରେ ଉପସ୍ଥାପନ କରାଯାଇଥିଲା ଏବଂ ସେହି ବର୍ଷ ଅଗଷ୍ଟରେ ସଂସଦୀୟ କମିଟିକୁ ପଠାଯାଇଥିଲା। କମିଟି ୨୦୧୯ରେ ରିପୋର୍ଟ ଦେଇଥିବା ଜଣାପଡିଛି। ଏହି ଶୀତକାଳୀନ ଅଧିବେଶନରେ କର୍ପୋରେଟ ମୂଲ୍ୟ ହ୍ରାସ ବିଧେୟକ, ଇ-ସିଗାରେଟ ଅଧ୍ୟାଦେଶ ବିଧେୟକ, କିଶୋର ନ୍ୟାୟ ସଂଶୋଧନ ବିଧେୟକ, ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଧେୟକ, ବରିଷ୍ଠ ନାଗରିକ ଭରଣ ପୋଷଣ ଏବଂ କଲ୍ୟାଣ ବିଧେୟକ, ରାଷ୍ଟ୍ରୀୟ ପୁଲିସ ବିଶ୍ୱବିଦ୍ୟାଳୟ ବିଧେୟକ ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଧେୟକ ଆଗତ ହେବାର କାର୍ୟ୍ୟସୂଚୀ ରହିଛି। ଏହି ଅଧିବେଶନ ଡିସେମ୍ବର ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ ।