ଆଜିଠୁ ସଂସଦର ଶୀତ ଅଧିବେଶନ । ୩ ରାଜ୍ୟରେ ନିର୍ବାଚନରେ ବିଜୟ ପରେ ଜୋସରେ ଅଛି ବିଜେପି । ୨୧ ବିଧେୟକ ହେବ ଆଗତ

149

କନକ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି । ୩ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବୃହତ ବିଜୟ ପରେ ଆରମ୍ଭ ହେଉଛି ଶୀତ ଅଧିବେଶନ । ନିର୍ବାଚନ ଫଳାଫଳକୁ ନେଇ ବିଜେପି ଉତ୍ସାହିତ ଥିବା ବେଳେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ ବିରୋଧୀ । ବିଶେଷ କରି ମଣିପୁରରେ ଯାଂଚ କମିଟିର ଦୁରୁପଯୋଗ ପ୍ରସଙ୍ଗ ବିରୋଧୀ ଉଠାଇ ପାରନ୍ତି ।

ମୋଟ ୧୯ ଦିନ ଚାଲିବାକୁ ଥିବା ଏହି ଅଧିବେଶନ ବେଶ ସରଗରମ ରହିବ । ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଆଜି ମହୁଆ ମୈତ୍ରା ମାମଲାରେ ଲୋକସଭା ଏଥିକ୍ସ କମିଟି ନିଜ ରିପୋର୍ଟ ଉପସ୍ଥାପିତ କରିବ । ଏଥିକ୍ସ କମିଟି ଲାଂଚ ନେଇ ପ୍ରଶ୍ନ କରିବା ମାମଲାରେ ମହୁଆ ମୈତ୍ରାଙ୍କୁ ସଂସଦରୁ ବହିଷ୍କାର କରିବାକୁ ସୁପାରିଶ କରିଛି । ତେଣୁ ବାଚସ୍ପତି ମହୁଆଙ୍କୁ ବହିଷ୍କାର କରିବାକୁ ନିଷ୍ପତି ନେଇପାରନ୍ତି । ସେହିପରି ଆଇପିସି ଓ ସିଆରପିସି ସଂଶୋଧନ ବିଧେୟକ ସଂସଦରେ ଉପସ୍ଥାପିତ ହୋଇପାରେ । ଚଳିତ ଅଧିବେଶନରେ ମୋଟ ୨୧ଟି ବିଧେୟକ ଆଗତ କରିବାକୁ ସୂଚୀବଦ୍ଧ ହୋଇଥିବା ସୂଚନା ମିଳିଛ