କନକ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନ ନେଇ ବିଜ୍ଞପ୍ତି ଜାରି । ୨୦ରୁ ଶୀତ ଅଧିବେଶନ । ନଭେମ୍ବର ୨୦ ତାରିଖରୁ ବସିବ ବିଧାନସଭା ଶୀତ ଅଧିବେଶନ । ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ ଶୀତ ଅଧିବେଶନ । ୨୦ରେ ହିଁ ଆଗତ ହେବ ଅତିରିକ୍ତ ବଜେଟ । ୨୬, ୨୭, ୨୮ ତାରିଖରେ ବଜେଟ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ।
ତେବେ ଗତ ମାସ ୬ ତାରିଖ ଅର୍ଥାତ ଅକ୍ଟୋବର ୬ରେ ସରିଥିଲା ବିଧାନସଭା ମୌସୁମୀ ଅଧିବେଶନ । ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଥିଲା ବିଧାନସଭା । ମୌସୁମୀ ଅଧିବେଶନ ମୋଟ ୭ଟି ବିଲ୍ ପାରିତ ହୋଇଥିଲା । ତେବେ କୋଭିଡ କଟକଣା ମାନି ବିଧାନସଭାରେ ଅଧିବେଶନ ବସିଥିଲା । ସାମାଜିକ ଦୂରତା ସହ ସମସ୍ତ ନିୟମ ମାନି ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ । ବୈଠକ ପୂର୍ବରୁ ସମସ୍ତ ବିଧାୟକ ମନ୍ତ୍ରୀ ଓ କର୍ମଚାରୀଙ୍କ କରୋନା ପରୀକ୍ଷା ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/17-3.jpg)