୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଅତିରିକ୍ତ ବଜେଟ ଉପରେ ୩ ଦିନ ଧରି ହେବ ଆଲୋଚନା

୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଅତିରିକ୍ତ ବଜେଟ ଉପରେ ୩ ଦିନ ଧରି ହେବ ଆଲୋଚନା

କନକ ବ୍ୟୁରୋ: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏହି ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି । ଏଥିମଧ୍ୟରୁ ୨୧ଟି ସରକାରୀ କାର୍ଯ୍ୟ ଦିବସ ଓ ୫ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ଅଧିବେଶନରେ ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହେବ । ଏହା ଉପରେ ୩ ଦିନ ଧରି ଆଲୋଚନା ହେବ । ବିଧାନସଭାକୁ ସୁରୁଖୁରରେ ଚାଲିବା ପାଇଁ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଡିସେମ୍ବର ୧୯ ତାରିଖ ଯାଏଁ ବିଧାନସଭା ଅଧିବେଶନ ଚାଲିବ ।

୧୩ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ। ତେବେ ବିଧାନସଭାକୁ ସୁରୁଖୁରରେ ଚାଲିବା ପାଇଁ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଏହି ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିବ। ବିଧାନସଭା ଆରମ୍ଭ ଦିନ ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ। ଏହା ଉପରେ ୩ ଦିନ ଧରି ଆଲୋଚନା ହେବ । ଡିସେମ୍ବର ୧୯ ତାରିଖ ଯାଏଁ ଶୀତ ଅଧିବେଶନ ଚାଲିବାକୁ ଦିନ ଧାର୍ଯ୍ୟ କରାଯାଇଛି।

ତେବେ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭାଗୀୟ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସରୁ ୨୫ଟି ସରକାରୀ ଦିବସ ଥିବାବେଳେ ୫ଟି ବେସରକାରୀ ଦିବସ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe