ଡିସେମ୍ବର ପହିଲାରୁ ବିଧାନସଭା ଶୀତ ଅଧିବେଶନ

Advertisment
ଡିସେମ୍ବର ପହିଲାରୁ ବିଧାନସଭା ଶୀତ ଅଧିବେଶନ

କନକ ବ୍ୟୁରୋ: ଡିସେମ୍ବର ପହିଲାରୁ ବିଧାନସଭା ଅଧିବେଶନ । ଡିସେମ୍ବର ୧ ତାରିଖରୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଯାହାକି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଶୀତକାଳୀନ ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟଦିବସ ଥିବାବେଳେ ୫ଟି ଛୁଟି ଦିବସ ରହିଛି ।  ତେବେ କରୋନା କାଳରେ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଶୀତ ଅଧିବେଶନରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ ହେବ । ଏଥିପାଇଁ ବିଧାୟକଙ୍କର ପୂର୍ବଭଳି କୋଭିଡ୍ ଟେଷ୍ଟ ମଧ୍ୟ କରାଯିବ । ପୂର୍ବରୁ ବିଧାନସଭା ଅଧିବେଶନ ଯେଉଁଭଳି ଭାବେ ହେଉଥିଲା, ଆଗାମୀ ଶୀତ ଅଧିବେଶନ ମଧ୍ୟ ସେହିପରି ହୋଇପାରେ । ଅନ୍ୟପଟେ ଏଥର ଶୀତ ଅଧିବେଶନରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe