କନକ ବ୍ୟୁରୋ: ଡିସେମ୍ବର ପହିଲାରୁ ବିଧାନସଭା ଅଧିବେଶନ । ଡିସେମ୍ବର ୧ ତାରିଖରୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଯାହାକି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଶୀତକାଳୀନ ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟଦିବସ ଥିବାବେଳେ ୫ଟି ଛୁଟି ଦିବସ ରହିଛି । ତେବେ କରୋନା କାଳରେ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଶୀତ ଅଧିବେଶନରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ ହେବ । ଏଥିପାଇଁ ବିଧାୟକଙ୍କର ପୂର୍ବଭଳି କୋଭିଡ୍ ଟେଷ୍ଟ ମଧ୍ୟ କରାଯିବ । ପୂର୍ବରୁ ବିଧାନସଭା ଅଧିବେଶନ ଯେଉଁଭଳି ଭାବେ ହେଉଥିଲା, ଆଗାମୀ ଶୀତ ଅଧିବେଶନ ମଧ୍ୟ ସେହିପରି ହୋଇପାରେ । ଅନ୍ୟପଟେ ଏଥର ଶୀତ ଅଧିବେଶନରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିପାରନ୍ତି ।
ଡିସେମ୍ବର ପହିଲାରୁ ବିଧାନସଭା ଶୀତ ଅଧିବେଶନ
/kanak/media/post_attachments/wp-content/uploads/2021/11/Odisha-Assembly-1.jpeg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)