କନକ ବ୍ୟୁରୋ: ମମିତା ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ ସମରସଜ୍ଜା । ବୁଧବାର ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନରେ ସରକାରଙ୍କୁ ଘେରିବାକୁ ତିଆରି ଚାଲିଛି ରଣନୀତି । ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ କରି ଚୂଡାନ୍ତ କରିଛନ୍ତି ରୋଡମ୍ୟାପ୍ । ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା, ଦୁର୍ନୀତି ଭଳି ମୁଦ୍ଦା ଉଠାଇ ସରକାରଙ୍କୁ ଅକଳରେ ପକାଇବାକୁ ନିଷ୍ପତି ନେଇଥିଲେ ମଧ୍ୟ ମମିତା ମେହେର ହତ୍ୟା ଘଟଣା ମୁଖ୍ୟ ପ୍ରସଙ୍ଗ ପାଲଟିବ ବୋଲି କହିଛନ୍ତି ବିରୋଧୀ । ସରକାରଙ୍କୁ ଘେରିବାରେ କିଏ ମାଇଲେଜ୍ ନେବ ତାହାକୁ ନେଇ ମଧ୍ୟ ଅଙ୍କ କଷିଛନ୍ତି ଦୁଇ ବିରୋଧୀ ।
ଏପଟେ ବିରୋଧୀଙ୍କ ରଣହୁଙ୍କାରର ଜବାବ ଦେବାକୁ ବିଜେଡି ମଧ୍ୟ ତିଆରି କରିଛି ଷ୍ଟ୍ରାଟେଜି । ବିରୋଧୀଙ୍କ ଆକ୍ରମଣର ଶାଣିତ ଉତ୍ତର ରଖିବାକୁ ଗ୍ୟାସ ଦର ବୃଦ୍ଧି, ଉଷୁନା ଚାଉଳ ପ୍ରସଙ୍ଗ, ନରେଗା ଟଙ୍କା ଆଦିକୁ ଢାଲ କରିବାକୁ ପ୍ରସ୍ତୁତି ଚଳାଇଛି ଦଳ । ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ତାଙ୍କୁ ଗୃହରେ ପୁରାଇ ନଦେବାକୁ ଧମକ ଦେଇଛି କଂଗ୍ରେସ । କିନ୍ତୁ ଏହାରି ଭିତରେ ବିଧାନସଭାକୁ ଆସି କୋଭିଡ ପରୀକ୍ଷା କରାଇଛନ୍ତି ମନ୍ତ୍ରୀ । ଆଉ ଯାହା ସୂଚନା ଦେଇଛି ଯେ, ମନ୍ତ୍ରୀ ବିଧାନସଭାକୁ ଆସିବା ନିଶ୍ଚିତ । ତେଣୁ ଗୃହ ଆରମ୍ଭ ପରେ ବିରୋଧୀଙ୍କ ଆକ୍ରମଣ ଓ ସରକାରଙ୍କ ଆତ୍ମରକ୍ଷାର ଚିତ୍ର ରୋଚକ ହେବ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/38-22.jpg)