କନକ ବ୍ୟୁରୋ: ବିଧାନସଭା ଅଧିବେଶନ ପାଇଁ ଆସନ୍ତା ୧୮ ତାରିଖରେ ବସିବ ସର୍ବଦଳୀୟ ବୈଠକ । ସକାଳ ୧୧ଟାରେ ଏହି ବୈଠକ ବସିବ । ବିଧାନସଭା ଶୀତକାଳୀନ ଅଧିବେଶନ କିଭଳି ପରିଚାଳନା କିଭଳି ହେବ, ସେ ନେଇ ଏଥିରେ ଆଲୋଚନା ହେବ । ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହ ଭିତରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ କି ନାହିଁ , ସେ ନେଇ ମତାମତ ଦିଆଯିବ । ସେହିଦିନ ଦୁଇ ନୂଆ ବିଧାୟକ ଶପଥ ନେବେ ।
ଏଥର ବି ଗୋଟିଏ ପ୍ରସଙ୍ଗରେ ଦୁଇଦିନ ମୁଲତବୀ ପ୍ରସ୍ତାବ ଆଲୋଚନା ଆସିପାରିବ ନାହିଁ ବୋଲି କହିଛନ୍ତି ବାଚସ୍ପତି । ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ବିଧାନସଭାରେ ପ୍ରଶ୍ନୋତର କାଳ ରହିବା ଦରକାର । ନିଜ ଅଂଚଳର ସମସ୍ୟା ଉପସ୍ଥାପନ କରିବେ ବିଧାୟକ । ସଂସଦୀୟ ଢାଂଚାକୁ ଦେଖି ଗତଥର ବାଚସ୍ପତି ଏହା କଲେନି । ତେବେ ଏଥର କରୋନା କମିଥିବାରୁ ଏହାକୁ ୫ ଘଂଟାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ।