ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଦିଙ୍ଗଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ।

66

କନକ ବ୍ୟୁରୋ : ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ ଗୃହରେ ଶୋକପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ନେତାଙ୍କ ପାଇଁ ଶୋକପ୍ରକାଶ ଆଗତ କଲେ ମୁଖ୍ୟମନ୍ତ୍ରୀ । ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ୱର ମହାନ୍ତି, ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାସ, ପୂର୍ବତନ ସଦସ୍ୟ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର ସରୋଜ କୁମାର ଦାସ, ପୂର୍ବତନ କନେଷ୍ଟବଳ ବି.ଏସ.ଏଫ ପ୍ରକାଶ ଚନ୍ଦ୍ର ଶିଆଳଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ । ଗୃହରେ ଆସିଥିବା ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ ।

ଆସନ୍ତା ଡିସେମ୍ବର ୩୦ ଯାଏଁ ଚାଲିବ ବିଧାନସଭାର ଶୀତ ଅଧିବେଶନ । ଏହି ଶୀତ ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି । ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭାର ନୂଆ ଉପ-ବାଚସ୍ପତି ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ନିଦ୍ୱନ୍ଦ୍ୱରେ ସାଲୁଗା ଉପ-ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।