ରଣନୀତି ଚୂଡ଼ାନ୍ତ କଲେ ଶାସକ ଓ ବିରୋଧୀ ଦଳ । ଆଦିବାସୀ ଜମି ବିକ୍ରି. ରତ୍ନଭଣ୍ଡାର, ଧାନମଣ୍ଡି ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

71

କନକ ବ୍ୟୁରୋ : ରାତି ପାହିଲେ ଆରମ୍ଭ ହେବ ବିଧାନସଭା ଅଧିବେଶନ । ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବାରୁ ଲୋକଙ୍କ ପ୍ରସଙ୍ଗ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ଶାସକ ଓ ବିରୋଧୀ ଦଳ । ବିଜେପି ବିଧାୟକ ଦଳ ବୈଠକରେ ଏ ନେଇ ଆଲୋଚନା ବି ହୋଇଛି ।
ବିଜେପିର ମୁଖ୍ୟ ପ୍ରସଙ୍ଗ ରହିଛି
-ଆଦିବାସୀ ଜମି ବିକ୍ରି ନେଇ କ୍ୟାବିନେଟ ନିଷ୍ପତିର ପ୍ରତ୍ୟାହାର
-ରତ୍ନଭଣ୍ଡାର ପ୍ରସଙ୍ଗ
-ଧାନମଣ୍ଡି
-ଦୁର୍ନୀତି ଓ ଭ୍ରଷ୍ଟାଚାର
-ପିସି କାରବାର
ସେହିଭଳି କଂଗ୍ରେସର ପ୍ରସଙ୍ଗ ରହିଛି
-ଆଂଚଳିକ ବୈଷମ୍ୟ
-ଧାନମଣ୍ଡି, ବେକାରୀ ସମସ୍ୟା
-ଆଇନ ଶୃଙ୍ଖଳା ପରିସ୍ଥିତି
-ଶିକ୍ଷକ ସମସ୍ୟା ଓ ଆନ୍ତଃରାଜ୍ୟ ସୀମା ବିବାଦ
ସେପଟେ ବିଜେଡି କହିଛି ସରକାର ସବୁବେଳେ ବିକାଶକୁ ପ୍ରଧାନ୍ୟ ଦେଇଆସିଛନ୍ତି । ବିରୋଧୀଙ୍କ କୌଣସି ପ୍ରସଙ୍ଗ ଲୋକେ ଗ୍ରହଣ କରିବେ ନାହି ାଁ
ବାଇଟ-ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା
ବାଇଟ-ମୋହନ ମାଝି, ବିରୋଧୀ ଦଳ ମୁଖ୍ୟ ସଚେତକ
ବାଇଟ-ପ୍ରଶାନ୍ତ ମୁଦୁଲି, ସରକାରୀ ଦଳ ମୁଖ୍ୟ ସଚେତକ

 ସେପଟେ କଂଗ୍ରେସ ଓ ବିଜେଡିର ବିଧାୟକ ଦଳ ବୈଠକ ମଙ୍ଗଳବାର ସକାଳେ ବସିବ । ବିଜେଡି ବିଧାୟକ ଦଳ ବୈଠକରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ପୁଣି ଉଠିପାରେ ବୋଲି ସୂଚନା ମିଳିଛି । ଗୃହକୁ ସୁୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତିଙ୍କ ଅଧ ୍ୟକ୍ଷତାରେ ସୋମବାର ସର୍ବଦଳୀୟ ବୈଠକ ବସିଛି । ଗୃହକୁ ଚଳାଇବାକୁ ସବୁ ଦଳର ସହ ଯୋଗ ଲୋଡିଛନ୍ତି ବାଚସ୍ପତି ।

ମଙ୍ଗଳବାର ସକାଳ ୯.୩୦ରେ ଉପବଚାସ୍ପଚି ନିର୍ବାଚନ ହେବ । ସାଲୁଗା ପ୍ରଧାନ ଏକମାତ୍ର ପ୍ରାର୍ଥୀ ହୋଇଥିବାକୁ ସେ ଉପବାଚସ୍ପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି । ଏହି ଶୀତକାଳୀନ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ଡିସେମ୍ବର ୩୦ ଯାଏଁ ଚାଲିବା ନେଇ କାର୍ଯ୍ୟସୂଚୀ ରହିଛି । ତେବେ ପ୍ରସଙ୍ଗ ଅନେକ ଥିବାରୁ ଗୃହ ସରଗରମ ହେବ ଏକପ୍ରକାର ସ୍ପଷ୍ଟ ହୋଇଛି ।