କନକ ବ୍ୟୁରୋ : ଶୀତୁଆ ସକାଳ ପ୍ରକୃତିର ଶୋଭା ବଢାଉଛି । ସୂର୍ଯ୍ୟର ପହିିିଲି କିରଣ ସ୍ପର୍ଶରେ କାକର ବୁନ୍ଦା ସବୁ ମୁକ୍ତା ସମ ଝଲସୁଛି । ବେଳାଭୂମିରେ ଜଙ୍ଗଲ ଅଂଚଳରେ ପ୍ରକୃତିର ଶୋଭାକୁ ଆହୁରି ଦୁଇ ଗୁଣିତ କରୁଛି ଏହି ମୁଚୁମୁଚିକା ଘାସ । ଅସ୍ତରଙ୍ଗ ଅଂଚଳ ସମୁଦ୍ର ଉପକୂଳ ଅଂଚଳ ଝାଉଁ ଜଙ୍ଗଲ ଓ ଏହାର ଆଖପାଖ ଅଂଚଳରେ ପ୍ରାୟତଃ ଏହି ଘାସ ଦେଖିବାକୁ ମିଳୁଛି । ବେଶୀ କରି ଶୀତ ଦିନରେ ଏହି ଘାସ ବହୁଳ ଭାବରେ ହୋଇଥାଏ । ଶୀତ ଦିନର ଶୀତୁଆ ସକାଳରେ କୁହୁଡି କାକର ବୁନ୍ଦା ଘାସ ଉପରେ ପଡିବା ସମୟର ମନଲୋଭା ଦୃଶ୍ୟକୁ କେହି ମୁହଁ ଫେରାଇ ନେଇପାରେନି । ସକାଳର ଏହି କୁହୁଡି ଭିଜା ସକାଳର ଦୃଶ୍ୟ ଦେଖି କବି ଭାବୁକ ବି ଆନମନା ହୋଇପଡନ୍ତି ।

Advertisment

ମୁଚୁମୁଚିକା ଘାସ ଜୈବ ବିବିଧତାକୁ ବାନ୍ଧି ରଖିଥିବା ବେଳେ ପ୍ରକୃତି ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପ୍ରକୃତି ସହ ନିବିଡତା ତଥା ମୂର୍ତିକା ସଂରକ୍ଷଣ ଦିଗରେ ବେଶ ସହାୟ୍କ ଏହି ଘାସ । ଖାସ୍ କରି ପବନ ସଂଶ୍ପର୍ଶରେ ଆସି ମଂଜି ଗୁଡିକ ସମୁଦ୍ର ଉପକୂଳ ଅଂଚଳରେ ପଡି ଘାସ ଗଛ ହୋଇଥାଏ । ଆଉ ଏହି ଘାସ ଚେର ସବୁ ମୂର୍ତିକାକୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ ।

କୁହୁଡି ଭିଜା ସକାଳରେ ଘାସ ଗାଲିଚା ଉପରେ ପଡିଥିବା କାକର ବୁନ୍ଦାର ଆଖି ଝଲସା ଦୃଶ୍ୟ ଦେଖିଲେ ଯେକେହି ବିମୋହିତ ହୋଇଯିବ ।