କନକ ବ୍ୟୁରୋ : ଆସନ୍ତା ୨୦ରୁ ବଢିବ ଶୀତ । ତାପମାତ୍ରା ୨ ଡିଗ୍ରୀ କମିବା ଫଳରେ ରବିବାର ଠାରୁ ହାଡଭଙ୍ଗା ଜାଡ ହେବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଉତର ଓ ଉତର ପୂର୍ବ ଦିଗର ବାୟୁ ପ୍ରବାହ ରାଜ୍ୟ ଭିତରକୁ ପ୍ରବେଶ କରୁଛି ।
୨୦ ତାରିଖରୁ ବାୟୁ ପ୍ରବାହ ଦିଗ ପରିବର୍ତନ ଘଟିବ । ଉତର ଓ ପଶ୍ଚିମ ଦିଗରୁ ପାକିସ୍ତାନ,ପଂଜାବ, ରାଜସ୍ଥାନ ଉପର ଦେଇ ବାୟୁ ପ୍ରବାହ ହୋଇପାରେ । ଏହା ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତି ୨୪ ତାରିଖ ପର୍ଯ୍ୟନ୍ତ ଅନୁଭୂତ ହେବ ଓ ତାପରେ ପୁଣି ପାଣିପାଗରେ ପରିବର୍ତନ ହୋଇପାରେ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-18-10h17m39s149.png)