ମେଘ ପରେ ମାଡି ଆସିବ ଶୀତ । ପୁଣି ଖସିବ ତାପମାତ୍ରା, ବଢିବ ଶୀତ : କେତେକ ସ୍ଥାନରେ ହେବ ଘନକୁହୁଡି

414

କନକ ବ୍ୟୁରୋ : ଦୁଇ ଦିନର ଅଦିନିଆ ବର୍ଷା ପରେ ପୁଣି ବଢ଼ିବ ଶୀତ । ଆକାଶ ମେଘମୁକ୍ତ ରହିବ । ତାପମାତ୍ରା କମିବ । ଫଳରେ ପୁଣି ଥରେ ସାରାରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଏଥିସହ ଦୁଇ ଦିନ ଯାଏ ଘନ କୁହୁଡି ଲାଗି ହେବ । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଆଜି ସକାଳୁ ବି କେତେକ ସ୍ଥାନରେ କୁହୁଡି ହୋଇଥିବା ଦେଖିବାକୁ ମିଳିଥିଲା ।

ବିଶେଷକରି ପୁରୀ, କନ୍ଧମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡିର ପରିମାଣ ଏତେ ଅଧିକ ରହଥିଲା ଯେ, ରସ୍ତାରେ ଅତିପାଖରୁ ବି ଅନ୍ୟ ଗାଡିକୁ ଦେଖିବା ସମ୍ଭବ ହୋଇପାରିନଥିଲା ।