ଆପଣାନ୍ତୁ ଏହି ୫ ଉପାୟ ଓ ସର୍ଦ୍ଦିରୁ ପାଆନ୍ତୁ ମୁକ୍ତି

203

କନକ ବ୍ୟୁରୋ : ନଭେମ୍ବର ମାସ ଆରମ୍ଭରୁ ସାରା ଦେଶରେ ଶୀତ ଅନୁଭୂତ ହେବା ଆରମ୍ଭ କରିଛି । ଋତୁ ପରିବର୍ତ୍ତନ ଫଳରେ ଏବେ ଲୋକମାନେ ବିଶେଷକରି ଥଣ୍ଡା ରୋଗରେ ପୀଡିତ ହେବାର ବେସ ସମ୍ଭାବନା ରହିଛି । ଛୋଟ ପିଲା ଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ଏହାକୁ ନେଇ ସତର୍କ ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ହେଲେ କେମିତି ସର୍ଦ୍ଦିରୁ ମୁକ୍ତି ପାଇବେ ସେ ନେଇ ଆସନ୍ତୁ ଜାଣିବା କିଛି ବିଶେଷ ଉପାୟ ।

ଶୀତ ଋତୁରେ ବିଶେଷ କରି ଫ୍ଲୁ ଓ ଆଣ୍ଠୁ ଗଣ୍ଠି ଦରଜ ହେବା ଏକ ସାଧାରଣ କଥା । ହେଲେ ଏହା ଯେ ଲୋକଙ୍କୁ ସମ୍ପୂର୍ଣ୍ଣ ଅଚଳ କରିଦେଇଥାଏ । ଏଥିରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣଙ୍କୁ ଓମେଗା-୩ ଚର୍ବି ଏସିଡରେ ଭରପୁର ଖାଦ୍ୟ ଖାଇବାକୁ ପଡିବ । ଏଣୁ ଆପଣମାନେ ଅଖରୁଟ, ବାଦାମ, ଅଳସୀ ଓ ଚର୍ବିଯୁକ୍ତ ମାଛ ଖାଦ୍ୟରେ ସାମିଲ କରନ୍ତୁ । ଏହିସବୁ ଖାଦ୍ୟରେ ପ୍ରାକୃତିକ ଭାବେ ଆଣ୍ଟି ଇମ୍ଫେଲମେଟାରୀ ରହିଥାଏ ଓ ଏଥିରେ ବି ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା ଭରପୁର ଥାଏ । ଫଳରେ ଏଭଳି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ଶୀତ ଋତୁରେ ଖାଦ୍ୟର ଅନେକ ବିକଳ୍ପ ଥାଏ । ଏହି ସମୟରେ ଆପଣ ଅଧିକରୁ ଅଧିକ ଫଳ ଓ ସବୁଜ ପନିପରିବା ଖାଇବାର ଆବଶ୍ୟକତା ରହିଛି । ଏହି ଖାଦ୍ୟ ଆପଣଙ୍କ ଶରୀରକୁ ପ୍ରଚୁରମାତ୍ରାରେ ଭିଟାମିନ ଏ, ସି, ବି ଓ ଫାଇବର ଯୋଗାଇଥାଏ । ଫଳ ଓ ପନିପରିବା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ମେଟାବୋଲିଜିମ ବି ବୃଦ୍ଧି କରିଥାଏ । ଫଳରେ ଶୀତରେ ବି ଶରୀର ଫିଟ୍ ରହିଥାଏ ।

ଶୀତ ଋତୁରେ ବାରମ୍ବାର ଖାଇବାରୁ ନିବୃତ ରୁହନ୍ତୁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅଧିକ କାର୍ବୋହାଇଡ୍ରେଡ୍ ଖାଇବା ଦ୍ୱାରା ଶରୀରରେ ସିରୋଟନିନ ହର୍ମୋନ ବୃଦ୍ଧି ପାଇଥାଏ । ଏହା ଫଳରେ ଆପଣଙ୍କୁ ବାରମ୍ବାର ଖାଇବାକୁ ଇଚ୍ଛା ହୋଇଥାଏ । ଏଥିରୁ ରକ୍ଷା ପାଇବାକୁ ଆପଣଙ୍କୁ ସକାଳ ଜଳଖିଆରେ ସ୍ୱ।ସ୍ଥ୍ୟକର ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି । ଯେଉଁ ଖାଦ୍ୟରେ କାର୍ବୋ ଓ ପ୍ରୋଟିନର ସଠିକ ମିଶ୍ରଣ ରହିଥିବ ସେହି ଖାଦ୍ୟକୁ ସକାଳ ଜଳଖିଆରେ ଖାଇବା ଉଚିତ ।

ଆମେମାନେ ଶୀତଋତୁରେ ପାଣି ପିଇବା କମାଇ ଦେଇଥାଉ । ଯାହାର କୁପ୍ରଭାବ ଶରୀର ଉପରେ ପଡିଥାଏ । କମ ପାଣି ପିଇବା ଦ୍ୱାରା ଆପଣଙ୍କ ତ୍ୱଚା ଓ ଚୁଟି ଶୁସ୍କ ହୋଇଯାଇଥାଏ । ଅଧିକ ପାଣି ପିଇବା ଦ୍ୱାରା ଶୀତଦିନେ ବି ଆପଣଙ୍କ ଶରୀର ଚଳ ଚଞ୍ଚଳ ରହିଥାଏ । ପାଣି ବ୍ୟତୀତ ଶୀତଦିନେ ଆପଣ ହର୍ବାଲ ଚା ଓ ସୁପ ବି ପିଇ ପାରିବେ ।

ଶୀତଋତୁରେ ଶରୀରକୁ ଗରମ ରଖିବା ହେଉଛି ସବୁଠାରୁ ଜରୁରୀ , ନଚେତ ଆପଣ ସହଜରେ ରୋଗରେ ପଡିପାରନ୍ତି । ଆପଣ ଏଭଳି ପୋଷାକ ପିନ୍ଧନ୍ତୁ ଯାହା ଆପଣଙ୍କ ଶରୀରକୁ ପୁରା ଢାଙ୍କିପାରୁ ଥିବ । ଠିକରେ କପଡା ନପିନ୍ଧିଲେ କୋହଲା ପବନ ଆପଣଙ୍କ ଚର୍ମ ଉପରେ କୁପ୍ରଭାବ ପକାଇପାରେ ।