ଆସିଲା ଶୀତ : ରାଜ୍ୟର ୫ସହରର ତାପମାତ୍ରା ୧୫ଡିଗ୍ରୀ ତଳେ; ଭୁବନେଶ୍ୱରରେ ୧୯.୮, କଟକରେ ୨୦ଡିଗ୍ରୀ ସେଲସିୟସ ରେକର୍ଡ

163

କନକ ବ୍ୟୁରୋ : ଆସିଲା ଶୀତ । ପାଂଚଟି ସହରରେ ୧୫ ଡିଗ୍ରୀ ତଳକୁ ଖସିଲା ପାରଦ । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୋନପୁରରେ ସର୍ବନିମ୍ନ ୧୨ ଦଶମିକ ୮ ଡିଗ୍ରୀ, ଅନୁଗୁଳରେ ୧୩ ଦଶମିକ ୮ ଡିଗ୍ରୀ, ଫୁଲବାଣୀରେ ୧୪ ଡିଗ୍ରୀ, ଦାରିଙ୍ଗିବାଡିରେ ୧୪ଡିଗ୍ରୀ ଏବଂ କୋରାପୁଟରେ ୧୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୧୯ ଦଶମିକ ୮ ଡିଗ୍ରୀ ଓ କଟକ ସହରରେ ତାପମାତ୍ରା ୨୦ ଡିଗ୍ରୀ ରେକର୍ଡ କରାଯାଇଛି ।