ଆଜିଠୁ ରାଜ୍ୟରେ ବଢିବ ଶୀତ ! ୧୫ ଡିଗ୍ରୀ ତଳେ ୧୮ ସହରର ତାପମାତ୍ରା । ଗୋଟିଏ ଦିନରେ ୪ ଡିଗ୍ରୀକୁ ଖସିଲା ଭୁବନେଶ୍ବରର ପାରଦ

Advertisment
ଆହୁରି ୨୪ଘଣ୍ଟା ଥରିବ ଓଡିଶା । ଆସନ୍ତାକାଲିଠୁ ବଢିବ ରାତି ତାପମାତ୍ରା, କମିବ ଶୀତ

କନକ ବ୍ୟୁରୋ: ଗୋଟିଏ ଦିନରେ ଭୁବନେଶ୍ବରର ପାରଦ ଖସିଲା ୪ ଡିଗ୍ରି। ବିଳମ୍ବରେ ହେଲେ ମଧ୍ୟ ଗତ ଚାରି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି। କେଉଁଠି ୩ ଡିଗ୍ରି ଖସୁଛି ତ ଆଉ କେଉଁଠି ୫ ଡିଗ୍ରି। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ, ସବୁଠି ପାରଦ ହ୍ରାସ ପାଇବାରେ ଲାଗିଛି। ତେବେ ଏଭଳି ସ୍ଥିତି ୧୨ ତାରିଖ ଯାଏ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ପ୍ରମୁଖ ସହର ଯଥା ଭୁବନେଶ୍ବର, କଟକ, ବାଲେଶ୍ବର, ଚାନ୍ଦବାଲି ଆଦି ସହରରେ ପାରଦ ଅସ୍ବାଭାବିକ ଭାବେ ହ୍ରାସ ପାଇଛି। ଭୁବନେଶ୍ବର ଓ କଟକ ତାପମାତ୍ରା ଗତକାଲି ୧୬ ଡିଗ୍ରି ଉପରେ ରହିଥିଲା। ତେବେ ଗତ ରାତିରେ ତାପମାତ୍ରା ୧୨.୮ ଡିଗ୍ରିକୁ ହ୍ରାସ ପାଇଥିଲା। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଗତକାଲି ଚଳିତ ବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଭୋର୍ ସମୟରେ ଏଠାରେ ପାରଦ ୭ ଡିଗ୍ରିକୁ ଖସି ଆସିଥିଲା। ୨୪ ଘଣ୍ଟା ମଧ୍ୟରେ ପାଖାପାଖି ଦୁଇ ଡିଗ୍ରି କମିଥିବାରୁ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ଫୁଲବାଣୀ ଓ ସୋନପୁର ତାପମାତ୍ରା ଇତିମଧ୍ୟରେ ୮ ଡିଗ୍ରିକୁ ଖସି ଆସିଛି। ଅନୁଗୁଳରେ ବି ଅନୁରୂପ ଅବସ୍ଥା। ଏଠାରେ ବି ପାରଦ ୮.୬କୁ ହ୍ରାସ ପାଇଛି। ଟିଟିଲାଗଡ଼ରେ ବି ରାତିର ତାପମାତ୍ରା ୯.୫ ଡିଗ୍ରିକୁ ଖସି ଆସିଛି। ଏସବୁ ସହର ସମେତ ରାଜ୍ୟର ମୋଟ ୧୮ଟି ସହରର ତାପମାତ୍ରା ୧୫ଡିଗ୍ରି ତଳେ ରହିଛି।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏବେ ପାଗରେ ଆଉ ବିଶେଷ ପରିବର୍ତନ ହେବନି। ୫ଦିନ ଯାଏ ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ଅଳ୍ପ କେତେକ ସ୍ଥାନରେ ଗୋଟିଏ ଦୁଇ ଡିଗ୍ରି ଏପାଖ ସେପାଖ ହୋଇପାରେ। ନ ହେଲେ ସ୍ଥିତିରେ ସେମିତି ପରିବର୍ତନ ଆସିବାର ସମ୍ଭାବନା ନାହିଁ। ୮ ତାରିଖ ବେଳକୁ ଦକ୍ଷିଣ ଉପକୂଳ, ମାଲକାନଗିରି, କୋରାପୁଟରେ ହାଲୁକା ବର୍ଷା ହୋଇପାରେ। ନ ହେଲେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ପାଗ ଶୁଖିଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe