କନ୍ଧମାଳରେ ଶୀତର ପ୍ରକୋପ ! ଦିନ ୯ ପର୍ଯ୍ୟନ୍ତ ଛାଇ ହୋଇ ରହୁଛି କୁହୁଡି, ସେପଟେ ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

254

କନକ ବ୍ୟୁରୋ : ସାରା ରାଜ୍ୟରେ ଶୀତ ଆରମ୍ଭ ହୋଇଥିବା ବେଳେ କନ୍ଧମାଳରେ ବି ଦେଖିବାକୁ ମିଳିଲାଣି ଶୀତର ପ୍ରକୋପ । ରାତିରୁ ଆରମ୍ଭ ହୋଇଯାଉଛି କୁହୁଡି । ବଡି ଭୋରରୁ ସକାଳ ୯ଟା ଯାଏଁ କୁହୁଡି ଛାଇ ରହୁଥିବାରୁ ପାଖ ଅଂଚଳକୁ ବି ଦେଖିବା କଷ୍ଟକର ହେଉଛି । ଏହାରି ଭିତରେ କନ୍ଧମାଳ, ଦାରିଙ୍ଗିବାଡି, ବାଲିଗୁଡାରେ ଲୋକେ ଶୀତର ମଜା ନେଉଛନ୍ତି । ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ ପାଇଁ ବାଲିଗୁଡାର ବେଦି ପାର୍କରେ ଭିଡ ଦେଖିବାକୁ ମିଳୁଛି ।

ଶୀତ ସକାଳରେ ଗଛ ପତ୍ର ଠାରୁ ଆରମ୍ଭ କରି ଧାନ ବିଲ, ଘାସ ସବୁଠି ସକାଳୁ ଦେଖିବାକୁ ମିଳୁଛି କାକର ବୁନ୍ଦାର ସ୍ପର୍ଶ । ଏହା ପରିବେଶର ସୌନ୍ଦର୍ଯ୍ୟକୁ ବହୁ ଗୁଣ ବଢାଇ ଦେଉଛି । ତେବେ ପ୍ରତିବର୍ଷ ଏପରି ଭାବରେ ଶୀତର ମଜା ଉଠାଇବାକୁ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ଆସନ୍ତି । ସକାଳ ଶୀତର ପହିଲି କିରଣ କନ୍ଧମାଳରେ ଅନୁଭବ କରିବା ସତରେ ନିଆରା ।