କନକ ବ୍ୟୁରୋ: ଗତ ପାର୍ବଣ ମହୋତ୍ସବରେ ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ହୋଇଥିଲା "ପାର୍ବଣରେ ସୁନାର ବର୍ଷା" କଣ୍ଟେଷ୍ଟ । ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ଜ୍ୱେଲର୍ସ ପ୍ରାୟୋଜିତ ଏହି ମେଗା ପ୍ରତିଯୋଗୀତା ‘ପାର୍ବଣରେ ସୁନାର ବର୍ଷା‘ ଅକ୍ଟୋବର ୫ ରୁ ନଭେମ୍ବର ୨୦ ମଧ୍ୟରେ ହୋଇଥିଲା । ପ୍ରତିଯୋଗିତାରେ ଭାଗ ନେଇ ସନ୍ଧ୍ୟା ୬.୩୦ରୁ ରାତି ୯.୩୦ ମଧ୍ୟରେ ପ୍ରସାରିତ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ପଚରା ଯାଇଥିବା ପ୍ରଶ୍ନର ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୪୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିଥିଲା ଲାଲଚାନ୍ଦ ଜ୍ୱେଲର୍ସ ତରଫରୁ ୧ ଗ୍ରାମ ଓଜନର ସ୍ଵର୍ଣ୍ଣ ମୁଦ୍ରା ଏବଂ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ମିଳିଛି ୨୦ ଗ୍ରାମ ଓଜନର ସ୍ଵର୍ଣ୍ଣ ମୁଦ୍ରା । ଦର୍ଶକମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇ ସମ୍ପୂର୍ଣ୍ଣ ଲାଭ ଉଠାଇଥିଲେ l ଆଜି ସେଇ "ପାର୍ବଣରେ ସୁନାର ବର୍ଷା" କାର୍ଯ୍ୟକ୍ରମର ଭାଗ୍ୟଶାଳୀ ବିଜେତାଙ୍କୁ ରାଜଧାନୀର ଦ ନ୍ୟୁ ମ୍ୟାରିଅନ ହୋଟେଲ ରେ ପୁରସ୍କାର ପ୍ରଦାନ କରାଯାଇଛି ।

Advertisment

ଜଗତସିଂପୁରର ଲଲାଟ କିଶୋର ସ୍ୱାଇଁ ମେଗା ବିଜେତା ହୋଇ ୨୦ ଗ୍ରାମର ସ୍ବର୍ଣ୍ଣ ମୁଦ୍ରା ଉପହାର ପାଇଛନ୍ତି । ଜୀ ସାର୍ଥକର ଏଭଳି ପଦକ୍ଷେପକୁ ଭାବ ବିହ୍ଵଳ ହୋଇ ମେଗା ବିଜେତା ବହୁତ ପ୍ରଶଂସା କରିଥିଲେ । ଏହି ପାର୍ବଣରେ ସୁନାର ବର୍ଷା ଉପହାର ପ୍ରଦାନ ଉତ୍ସବରେ ଜୀ ସାର୍ଥକ ଚ୍ୟାନେଲ ହେଡ଼ ପ୍ରତୀକ ସିଲଙ୍କ ସମେତ ଲାଲଚାନ୍ଦ ଜ୍ୱେଲର୍ସର ଡାଇରେକ୍ଟର ଅଜିତ ହନ୍ସ, ସାଇନାଥ ପଣ୍ଡା ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଜୀ-ସାର୍ଥକ ସବୁବେଳେ ଦର୍ଶକଙ୍କୁ କିଛି ନୂଆ ଦେବାକୁ ଚେଷ୍ଟା କରେ, ଆଗରୁ “ଦେଖିବା ନିତି ହେବା ଲକ୍ଷପତି” ପ୍ରତିଯୋଗିତା ବହୁତ ସଫଳ ହୋଇଥିଲା । ମନୋରଞ୍ଜନ ସହ ପରିବାର ଦାୟିତ୍ଵ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ଵାସ ବଢାଇବା ପାଇଁ ଏହି ପରି ପ୍ରତିଯୋଗୀତା ସବୁ ଏକ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ୟାନେଲ ହେଡ ପ୍ରତୀକ ସିଲ୍ ମତ ଦେଇଥିଲେ ।