ହୀରାକୁଦ ନୀଳଜଳରେ ଅତିଥୀ ପକ୍ଷୀଙ୍କ କଳରବ ! ଏସିଆ, ୟୁରୋପ, ମାଲଦୀପ ଓ ଆଫ୍ରିକାରୁ ଜଳଭଣ୍ଡାରକୁ ଉଡିଆସିଛନ୍ତି ବିଦେଶୀ ପକ୍ଷୀ

ପାଟ୍ରୋଲିଂ କରାଯାଇ ସ୍ଥିତି ଉପରେ ରଖାଯାଇଛି

359

କନକ ବ୍ୟୁରୋ: ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ । ଧୀରେ ଧୀରେ ଶୀତର ପ୍ରକୋପ ବଢୁଥିବାବେଳେ ବିଦେଶୀ ପକ୍ଷୀଙ୍କ ଆଗମନ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଛି । ପ୍ରତିବର୍ଷ ଭଳି ହୀରାକୁଦ ଜଳଭଣ୍ଡାରକୁ ବିଦେଶୀଗତ ପକ୍ଷୀମାନେ ହଜାର ହଜାର କିମି ଅତିକ୍ରମ କରି ଜଳଭଣ୍ଡାରକୁ ଆସିଛନ୍ତି । ପଶ୍ଚିମ ଏସିଆ, ୟୁରୋପ, ମାଲଦୀପ, ଅଷ୍ଟ୍ରେଲିଆ, ଆଫ୍ରିକା ଅଂଚଳରୁ ଏହି ପକ୍ଷୀମାନେ ହୀରାକୁଦକୁ ଆସିଥାନ୍ତି । ପ୍ରାୟ ୮୦ରୁ ଅଧିକ ପ୍ରଜାତିର ପକ୍ଷୀ ହାରକୁଦ ଡ୍ୟାମକୁ ଆସୁଥିବାବେଳେ ଧିରେ ଧିରେ ଶୀତ ବଢିବା ସାଙ୍ଗକୁ ଏମାନେଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି ।

ବର୍ତ୍ତମାନ କମନ କୋଟ୍, ଗୁଲ୍ ଭଳି ଅନେକ ଦେଶୀ ଓ ବିଦେଶୀ ପକ୍ଷୀ ପକ୍ଷୀ ହୀରାକୁଦ ଜଳଭଣ୍ଡାର ଅଂଚଳରେ ବସାବାନ୍ଧିବା ସହ ବିଚରଣ ଆରମ୍ଭ କଲେଣି । ପକ୍ଷୀମାନଙ୍କର ଆଗମନକୁ ନେଇ ଦେଖି ଓାଇଡ ଲାଇଫ ତରଫରୁ ୭ଟି ଟିମ୍ ଗଠନ କରି ହୀରାକୁଦ ଡ୍ୟାମ, କେନାଲ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି । ଓାଇଡଲାଇଫ କର୍ମଚାରୀମାନେ ସୁରକ୍ଷା ଦେଉଥିବାବେଳେ ଆଗକୁ ବୋଟ୍ ମାଧ୍ୟମରେ ମଧ୍ୟ ଜଳଭଣ୍ଡାର ଭିତରେ ପାଟ୍ରୋଲିଂର ବ୍ୟବସ୍ଥା କରିବାକୁ ଯାଉଛି ଓାଇଲଡ ଲାଇଫ ।

ବିଦେଶୀ ପକ୍ଷୀ ଆସିବା ପରେ ହୀରାକୁଦକୁ ପର୍ଯ୍ୟଟକଙ୍କ ଭିଡ ଜମିବ । କିଛି ଦିନ ପରେ ପକ୍ଷୀଗଣନା ମଧ୍ୟ ଆରମ୍ଭ ହେବ । ପିକନିକ ଋତୁରେ ପର୍ଯ୍ୟଟକ ଏହି ମନୋରମ ଦୃଶ୍ୟର ମଜା ନେବେ ।