ଖୁବଶୀଘ୍ର ଭାରତୀୟ ବାୟୁସେନା କ୍ୟାମ୍ପକୁ ଫେରିବେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ, ଅନ୍ତିମ ମଞ୍ଜୁରୀ ମିଳିବା ନେଇ ଅପେକ୍ଷା ।

260

କନକ ବ୍ୟୁରୋ: ଭାରତୀୟ ବାୟୁସେନା କ୍ୟାମ୍ପକୁ ଫେରିବେ ଅଭିନନ୍ଦନ ବର୍ଦ୍ଦମାନ। ଖୁବଶୀଘ୍ର ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଉଡ଼ାଇବେ ଓ୍ଵିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ  । ବେଙ୍ଗାଲୁରର ଇଂଷ୍ଟିଚ୍ୟୁଟ୍ ଅଫ୍ ଏରୋସ୍ପେସ୍ ମେଡିସିନ୍ ପକ୍ଷରୁ ଅନ୍ତିମ ମଞ୍ଜୁରି ମିଳିବା ପରେ ବିମାନ ଉଡ଼ାଣ ଭରିପାରିବେ ବୋଲି ଏନେଇ ସୂଚନା ରହିଛି । ପୂର୍ବରୁ ଅଭିନନ୍ଦନ ହସ୍ପିଟାଲରୁ ଫେରି ନିଜ ଘରକୁ ନ ଯାଇ ସିଧାସଳଖ ବାୟୁସେନାରେ ଯୋଗ ଦେଇଥିଲେ । ମାତ୍ର ସେ ଶାରୀରିକ କ୍ଷେତ୍ରରେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ତାଙ୍କୁ ବିମାନ ଚଳାଇବାର ଅନୁମତି ମିଳିନଥିଲା । କିନ୍ତୁ ଅଭିନନ୍ଦନ ବର୍ତ୍ତମାନ ସୁସ୍ଥ ହେବାକୁ ଲାଗିବାରୁ ଏହି କିଛି ଦିନ ମଧ୍ୟରେ ବିମାନ ଉଡ଼ାଇବାର ଅନୁମତି ପାଇବେ ବୋଲି ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି ।

୩୫ ବର୍ଷିଅ ଏହି ପାଇଲଟ୍ ଅଭିନନ୍ଦନ ପାକିସ୍ତାନ ଯୁଦ୍ଧ ବିମାନ ଏଫ୍-୧୬ ଫେବ୍ରୁଆରି ୨୭ ତାରିଖରେ ଭାରତ ସୀମା ଡେଇଁ ଆକ୍ରମଣ କରିବାକୁ ପଶି ଆସିଥିବା ବେଳେ ତାକୁ ଗୋଡ଼େଇ ଗୋଡ଼ଇ ପାକ୍ ସୀମାକୁ ପଶି ଯାଇଥିବା ଅଭିନନ୍ଦନ ଭାରତୀୟ ବାୟୁସେନାର ଇତିହାସରେ ନିଜ ନାମକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଧ କରିଛନ୍ତି ।

ଭାରତୀୟ ବାୟୁସେନା ବିମାନ ମିଗ୍-୨୧କୁ ଧରି ଅଭିନନ୍ଦନ ଶତ୍ରୁମାନକୁ ଉଚିତ ଶିକ୍ଷା ଦେବାକୁ ଯାଇ ପାକିସ୍ତାନରେ ଖସି ପଡ଼ି ବନ୍ଦୀ ହୋଇ ରହିଥିଲେ । ତାଙ୍କ ଦେଶରେ ଦୀର୍ଘ ୫୬ ଘଣ୍ଟା  ଘଣ୍ଟା ବିତାଇବା ପରେ ପୂର୍ଣ୍ଣ ସମ୍ମାନର ସହ ଦେଶକୁ ଫେରିଥିଲେ ଓ୍ଵିଙ୍ଗ୍ କମାଣ୍ଡର୍ । ଅନ୍ୟପଟେ ଭାରତୀୟ ବାୟୁସେନା କ୍ୟାମ୍ପକୁ ଫେରିବା ସୂଚନା ପରେ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।