ବାଲାକୋଟ୍ ଆକ୍ରମଣ ପରେ ଭାରତୀୟ ସୀମାରେ ପ୍ରବେଶ କରିଥିବା ପାକିସ୍ତାନର ଏଫ୍ -୧୬ ଲଢୁଆ ବିମାନକୁ ମାରି ଗଡାଇଥିବା ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନ ମେଡିକାଲ୍ ରିପୋର୍ଟକୁ ପାସ୍ କରିସାରିଛନ୍ତି । ଏହି ଡାକ୍ତରୀ ପରୀକ୍ଷାକୁ ପାସ୍ କରି ଖୁବଶୀଘ୍ର ଅଭିନନ୍ଦନ ଉଡାଣ ଭରିବାକୁ ପ୍ରସ୍ତୁତ ହେବେ । ବାଙ୍ଗାଲୋର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏୟାରୋସ୍ପେଶ୍ ମେଡିସିନ୍ ଅଭିନନ୍ଦନଙ୍କୁ ଉଡାଣ ଭରିବାକୁ ସମ୍ପୁର୍ଣ୍ଣ ସୁସ୍ଥ ଘୋଷିତ କରିଦେଇଛନ୍ତି । ବାୟୁସେନାର ଜଣେ ଅଧିକାରୀ କହିଛନ୍ତି ଯେ କିଛି କାଗଜପତ୍ର କାମ ଶେଷ ହେବା ପରେ ଅଭିନନ୍ଦନ ବାୟୁସେନା ସହ ଯୋଡି ହୋଇପାରିବେ । ବହୁତ ଦିନରୁ ବିମାନ ଉଡାଇନଥିବାରୁ କାଗଜପତ୍ର କାମ ଶେଷ ହେବା ପରେ ଅଭିନନ୍ଦନଙ୍କୁ ଏକ ଉଡାଣ କୋର୍ସ ମଧ୍ୟ କରିବାକୁ ପଡିବ ।
ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନ ପ୍ରଥମେ ଶ୍ରୀନଗର-ଏୟାରବେସ୍ ରେ କାର୍ଯ୍ୟରତ ଥିଲେ । କିନ୍ତୁ ସୁରକ୍ଷା କାରଣରୁ ତାଙ୍କୁ ଘାଟି ଠାରୁ ଦୂରକୁ ନିଆଯାଇଥିଲା । ଏବେ ସେ ରାଜସ୍ଥାନରେ ଫ୍ରଣ୍ଟଲାଇନ୍ ଏୟାରବେସ୍ ରେ କାର୍ଯ୍ୟରତ ଅଛନ୍ତି । ପୁଲୱାମା ଆକ୍ରମଣର ୧୩ ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନ ବାଲାକୋଟ୍ ରେ ପଶି ଆତଙ୍କୀ କ୍ୟାମ୍ପ୍ କୁ ଟାର୍ଗେଟ୍ କରିଥିଲେ । ଏହି ଆକ୍ରମଣରେ ୨୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା କଥା କୁହାଯାଇଥିଲା । ଏହି ଆକ୍ରମଣ ପରଦିନ ପାକ୍ ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରିଥିଲା କିନ୍ତୁ ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନ ମିଗ୍-୨୧ ବିମାନରେ ପାକ୍ ର ଏଫ୍-୧୬ ବିମାନକୁ ନିୟନ୍ତ୍ରଣ ରେଖା ପାଖରେ ହିଁ ମାରି ଗଡାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/indian_air_force_1552196510_725x725.jpg)
/kanak/media/post_attachments/wp-content/uploads/2019/08/abhinandan-iaf-1552617758-300x200.jpg)