ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଆଜି ସାରା ଦେଶରେ ଭୁଲ୍ ସାରା ବିଶ୍ୱରେ ନିଜ ବିରତ୍ୱର ପରାକାଷ୍ଠା ଦେଖାଇଛନ୍ତି । ଶତ୍ରୁଦେଶର ମାଟିରେ ପାଦ ଦେଇ ମାଡ ଖାଇ ମଧ୍ୟ ନିର୍ଭୀକତାର ବହ୍ନି ଜଳୁଥିବା ତାଙ୍କ ଆଖିକୁ ଆଜି ସାରା ଭାରତ ସଲାମ୍ କରୁଛି । ୫୮ ଘଣ୍ଟା ମାନସିକ ନିର୍ଯାତନା ପାଇ ମଧ୍ୟ ଧର୍ଯ୍ୟ ଏବଂ ସାହସର ସହ ଏଭଳି କଠିନ ସମୟକୁ ସେ ଯେଭଳି ବିରତ୍ୱର ସହ ମୁକାବିଲା କରିଛନ୍ତି ତାହାକୁ ଦେଖି ଆଗାମୀ ପିଢି ମଧ୍ୟ ତାଙ୍କ ଭଳି ହେବାକୁ ଚେଷ୍ଟା କରିବେ । ସାରା ଦେଶରେ ଆଜି ବାହାଦୂର ପାଇଲଟ୍ ଅଭିନନ୍ଦନଙ୍କ ସ୍ୱଦେଶ ଫେରିବା ଖୁସିକୁ ଲୋକ ମନାଉଥିବା ବେଳେ ରେଡିଓ ଚକଲେଟ୍ ୧୦୪ ଏଫଏମ୍ ତରଫରୁ ମଧ୍ୟ ଏହି ବୀରଙ୍କୁ ସଲାମ୍ କରିଛନ୍ତି ଆର୍ .ଜେ ସଂଗ୍ରାମ ।
ଜୀବନର କେତେ ରଙ୍ଗ ରେଡିଓ ପ୍ରୋଗ୍ରାମରେ ମଧ୍ୟ ଝଲସିଛି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ବିରତ୍ୱର କାହାଣୀ । ଦେଶର ପ୍ରକୃତ ବାଘର ନିର୍ଭୀକତା ଆଗରେ କିଭଳି ଫିକା ପଡିଲା ପାକିସ୍ତାନ ଦେଖନ୍ତୁ ଭିଡିଓ ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/maxresdefault-4.jpg)