ଭୁବନେଶ୍ୱର ସାଲିଆ ସାହିରେ ଚାଲିଥିଲା ମଦ ବେପାର: ଫ୍ଲାଇଂ ସ୍କ୍ୱାଡର ଚଢ଼ାଉ, ୮ ହଜାର ୫ଶହ ଲିଟର ପୋଚ ଜବତ

ଭୁବନେଶ୍ୱର ସାଲିଆ ସାହିରେ ଚାଲିଥିଲା ମଦ ବେପାର: ଫ୍ଲାଇଂ ସ୍କ୍ୱାଡର ଚଢ଼ାଉ, ୮ ହଜାର ୫ଶହ ଲିଟର ପୋଚ ଜବତ

କନକ ବ୍ୟୁରୋ: ରାଜଧାନୀ ସ୍ଥିତ ସାଲିଆ ସାହି ପାଲଟିଛି ମଦର ପେଣ୍ଠସ୍ଥଳୀ । ଫ୍ଲାଇଂ ସ୍କାର୍ଡ ପକ୍ଷରୁ ଚଢାଉ କରାଯାଇ ହଜାରେ ଲିଟର ଦେଶୀ ମଦ ସହ ୮ ହଜାର ୫ ଶହ ଲିଟର ପୋଚ ଜବତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଓ ଅବକାରୀ ସୁପରିଟେଣ୍ଡେଂଟଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ କରାଯାଇଛି । ମଦ କାରବାରରେ ଲିପ୍ତ ଥିବା ୧୯ ଜଣଙ୍କୁ ଗିରଫ କରାଯାଇଛି । ପ୍ରଶ୍ନ ଉଠୁଛି ବାରମ୍ବାର ଏହି ସାଲିଆ ସାହି ଅଂଚଳରେ ଅବକାରୀ ବିଭାଗ ଚଢାଉ କରୁଛି । ଏପରି ସ୍ଥିତିରେ ବାରମ୍ବାର ମଦ ଓ ପୋଚ ମିଳିବା ଦର୍ଶାଉଛି କିଭଳି ଏହି ସ୍ଥାନ ମଦର ପେଣ୍ଠ ସ୍ଥଳ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe