ସରକାରୀ ନିୟମର ଖୋଲା ଉଂଲଘନ : ସ୍କୁଲ ପାଖରେ ମଦଭାଟି ,ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ

22

କନକ ବ୍ୟୁରୋ : ସରକାରଙ୍କ ପକ୍ଷରୁ କରାଯାଉଛି ବାରମ୍ବାର ନୋଟିସ୍ । ହେଲେ ଭାଟି ମାଲିକଙ୍କ ନିଦ ଭାଙ୍ଗୁନି । ସରକାରୀ ନିୟମ ମୁତାବକ ବିଦ୍ୟାଳୟଠାରୁ ଅନ୍ତତଃ ୫୦୦ ମିଟର ମଧ୍ୟରେ ମଦଭାଟି ରହିପାରିବ ନାହିଁ । ହେଲେ ଏହାର ଖୁଲମଖୁଲା ଉଲଂଘନ ଦେଖିବାକୁ ମିଳିଛି ବୁବେଲ ପ୍ରାଥମିକ ବିଦ୍ୟାଳୟ ପାଖରେ । ମଦ ପାଉଚ୍ ବିକ୍ଷିପ୍ତ ଭାବରେ ପଡିରହିଛି । ଏହାରି ସାଂଗକୁ ଲୋକେ ମଦ ପାଉଚ୍ ପିଉଛନ୍ତି ।

କେବଳ ପ୍ରାଥମିକ ବିଦ୍ୟାଳୟ ନୁହଁ ବରଂ ଅଂଗନବାଡି କେନ୍ଦ୍ରର କୋମଳମତି ପିଲାମାନେ ବି ଏହି ଦୃଶ୍ୟକୁ ଦେଖୁଛନ୍ତି । ଗାଁର ଅଧିକାଂଶ ଲୋକ ଦିନ ମଜୁରିଆ ହୋଇଥିବା ବେଳେ ଗାଁ ମଝିରେ ଥିବା ମଦଭାଟି ଯୋଗୁଁ ଏହି ଲୋକମାନେ ସେମାନଙ୍କ ସମସ୍ତ ଅର୍ଜିତ ଅର୍ଥ ଏହି ମଦପିଆରେ ବ୍ୟୟ କରନ୍ତି । ଏହାଫଳରେ ଗ୍ରାମର ଅଧିକାଂଶ ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିଡମ୍ବନାର ବିଷୟ ଯେ ଏହି ସବୁ ମଦ କାରବାର ଖୁଲମଖୁଲା ଚାଲିଛି ଯାହାର ପ୍ରଭାବ ସିଧାସଳଖ ପିଲାଙ୍କ ଉପରେ ପଡୁଛି । ସବୁଠୁ ଦୁଃଖର କଥା ହେଲା ମଦ ଭାଟି ପାଖରେ ରହିଛି ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ଏନ.ଏମ ସେଂଟର ଓ ଦୁଇଟି ସ୍କୁଲ । ମଦ ପିଇ ଲୋକେ ବିଭିନ୍ନ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବାରୁ ପିଲାମାନେ ସ୍କୁଲ ଯାଉନଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ତେବେ ଏହାପ୍ରତି ଶକ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ତେବେ ଗାଁ ମଝିରୁ ମଦଭାଟି କେବେ ହଟୁଛି ତାହା ଦେଖିବାକୁ ବାକି ରହିଲା ।û

ଏହା ସହ ଦେଖନ୍ତୁ ଏହି ଭିଡିଓ –