କନକ ବ୍ୟୁରୋ: ଉପରେ ପରିବା ଭିତରେ ମଦ । ପଶ୍ଚିମବଙ୍ଗରୁ ପରିବା ଭିତରେ ଆସୁଛି ମଦ । ଯାଜପୁର ପରିବା ମାର୍କେଟରୁ ବିପୁଳ ପରିମାଣର ମଦ ଜବତ ହେବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଯାଜପୁରକୁ ପ୍ରତ୍ୟେକଦିନ କୋଲକାତାରୁ ପନିପରିବା ଆସିଥାଏ । ଯାଜପୁର ମଧ୍ୟକୁ ଆଜି ସକାଳୁ ଏକ ପିକଅପ ଭ୍ୟାନରୁ ୫ଟି ଟ୍ରେରେ ୪୫ ଲିଟର ମଦ ଜବତ ହୋଇଛି ।
ଘଟଣାରେ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଖବର ଅନୁସାରେ, ପିକଅପ ଭ୍ୟାନ ପଶ୍ଚିମବଙ୍ଗରୁ ପରିବା ଲୋଡ କରି କୋରେଇ ଆସିଥିଲା । ଏହି ଗାଡିରେ ପରିବା ସମେତ ୫ଟି ଟ୍ରେ ମଧ୍ୟ ଥିଲା । ଏଥିରେ ୪୫ ଲିଟରମଦ ବି ଥିଲା । ପରିବା ମାର୍କେଟରେ ଗାଡି ଥିବା ଅବସ୍ଥାରେ ଏହି ଗାଡିକୁ ଧରା ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/16-13.jpg)
/kanak/media/post_attachments/wp-content/uploads/2020/05/Screen-Shot-2020-05-27-at-10.54.51-AM.png)