ବାଲେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ବାଲେଶ୍ୱର ସୋର ସାଧୁଆପଡାରେ ମଦଭାଟିକୁ ବିରୋଧ ବେଳେ ଅଭାବନୀୟ ଘଟଣା । ସାଧୁଆପଡାରେ ମଦ ବିରୋଧୀ ରାଲି ବେଳେ ମଦ ମାଫିଆ ଓ ମହିଳା ମୁହାଁମୁହିଁ ହୋଇଛନ୍ତି । ମଦ ମାଫିଆଙ୍କ ଆକ୍ରମଣରେ ୪ ମହିଳା ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରାଯାଇଛି ।
ସେପଟେ କନ୍ଧମାଳରେ ମଧ୍ୟ ମଦ ବିରୋଧରେ ମହିଳାଙ୍କ ମହାମେଳି । ବିଷାକ୍ତ ଦେଶୀ ମଦ, ବିଦେଶୀ ମଦର ଅବାଧ ବିକ୍ରି ପ୍ରତିବାଦରେ ଜୁଲାଇ ୨ରେ କନ୍ଧମାଳ ବନ୍ଦ ଡାକରା ଦେଇଛି ମହିଳା ସମାବେଶ । ବନ୍ଦ ଡାକରାକୁ ୨୨ଟି ସଂଗଠନ ସମର୍ଥନ କରିଛନ୍ତି । ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବା ପାଇଁ ମହିଳା ମାନେ ଏହି ବନ୍ଦ ଡାକରା ନିଷ୍ପତି ନେଇଛନ୍ତି । ଗତକାଲି କନ୍ଧମାଳ ସାରଙ୍ଗଗଡରେ ଏନେଇ ଏକ ମହିଳା ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ୨୨ଟି ସଂଗଠନ ସମେତ ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/vlcsnap-2016-06-18-12h13m55s748.png)