ରାସ୍ତାରେ ଭାସିଲା ମଦ ! ବୈପାରୀଗୁଡାରେ ମଦ ବିରୋଧରେ ତାତିଲେ ଲୋକେ

35

କନକ ବ୍ୟୁରୋ : ମଦ ବିରୋଧରେ ତାତିଲେ ଲୋକେ । ରାସ୍ତାରେ ଢାଲିଲେ ବସ୍ତା ବସ୍ତା ପାଉଚ ମଦ । ଜୟପୁର ବୈପାରୀଗୁଡାର ଫାଲୁଗୁଡା ଗାଁରେ ମଦବିକ୍ରିକୁ ନେଇ ଉତେଜନା ଦେଖାଦେଇଛି । ଗ୍ରାମରେ ଦେଶୀ ମଦ ବିକ୍ରିକୁ ପୂର୍ବରୁ ବାରଣ କରିଥିଲେ ଗ୍ରାମବାସୀ । ପୁଲିସ ଓ ଅବକାରୀ ବିଭାଗକୁ ଏନେଇ ଅବଗତ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା ।

ଏହି ଅଂଚଳରେ ଗତ କିଛିଦିନ ଧରି ଜଣେ ବିହାରୀ ବେପାରୀ ମଦ ବିକ୍ରି କରୁଥିବାକୁ ବିରୋଧ କରିଆସୁଛନ୍ତି ସ୍ଥାନୀୟ ଲୋକେ । ତେବେ ବାରମ୍ବାର ମନା କଲା ପରେ ବି ମଦ ବିକ୍ରି ବନ୍ଦ ନହେବାରୁ ଗତକାଲି ରାତିରେ ମଦ ବେପାରୀକୁ ନିସ୍ତୁକ ମାଡ ମାରିବା ସହ ଅଟକ ରଖିଥିଲେ ଗାଁଲୋକେ । ଏହାପରେ ବି ପୁଲିସ ଘଟଣାସ୍ଥଳରେ ପହଂଚିନଥିଲା । ମଦ ବେପାରୀ ଓ ପୁଲିସ ଭିତରେ ସଲାସୁତୁରା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଆଜି ସକାଳୁ ମଦ ବ୍ୟାରେଲକୁ ନଷ୍ଟ କରିବା ସହ ରାସ୍ତାରେ ମଦ ଢାଳିଛନ୍ତି ଲୋକେ ।