ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବନି ମଦ ଉତ୍ପାଦନ ଓ ବିକ୍ରି: ହାଇକୋର୍ଟରେ ସରକାରଙ୍କ ଦାଖଲ କରିଥିବା ସତ୍ୟପାଠରୁ ମିଳିଲା ତଥ୍ୟ 

105

କନକ ବ୍ୟୁରୋ: ମଦ ବ୍ୟାନ କରିବା ପାଇଁ  ହାଇକୋର୍ଟରେ ଦାୟର ଏକ ପିଟିସନର ଶୁଣାଣି ବେଳେ ସତ୍ୟାପାଠ ଜରିଆରେ ରାଜ୍ୟ ସରକାର ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି  । ଶୁଣାଣିବେଳେ ରାଜ୍ୟ ସରକାର ସତ୍ୟପାଠ ଜରିଆରେ ନିଜ ପକ୍ଷ ରଖିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି,

– ମଦ ଉତ୍ପାଦନ ଓ ବିକ୍ରୀ ବନ୍ଦ କରାଗଲେ ଲୋକଙ୍କଠାରୁ ମଦକୁ ଦୂରେଇ ରଖିପାରିବେ ନାହିଁ

-ମଦବ୍ୟାନ ହେଲେ ଡ୍ରଗ୍ସ ଭଳି ନିଶାଦ୍ରବ୍ୟ ପ୍ରତି ଲୋକଙ୍କ ଆଗ୍ରହ ବଢିବ

-ମଦବ୍ୟାନ ଦ୍ୱାରା ପର୍ଯ୍ୟଟନ ଓ ଅର୍ଥନୀତି ପ୍ରଭାବିତ ହେବ

-କିଛି ରାଜ୍ୟରେ ମଦ ଉତ୍ପାଦନ ଓ ବିକ୍ରି ସଂପୂର୍ଣ୍ଣ ବନ୍ଦ ଥିଲେ ବି ସୁଫଳ ମିଳିନାହିଁ 

-ଗୁଜରାଟରେ ମଦ ଉତ୍ପାଦନ ଓ ବିକ୍ରି ସଂପୂର୍ଣ୍ଣ ବନ୍ଦ ଥିଲେ ବି ରାଜ୍ୟ ମଦମୁକ୍ତ ହୋଇନାହିଁ

– ବିଷାକ୍ତ ମଦବିକ୍ରୀ ଗୁଜରାଟରେ ବଢିଥିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇଛି

-ବିହାର ମଦମୁକ୍ତ ହେବାକୁ ଘୋଷଣା କରିଥିଲେ ବି ଏହାର ସୁଫଳ ମିଳିନାହିଁ

-ମହାରାଷ୍ଟ୍ର ତୁଳନାରେ ବିହାରରେ ମଦ ବ୍ୟବହାର ଅଧିକ ହୋଇଛି

-ମଦ ବ୍ୟବହାରରେ ସାମାଜିକ ଓ ମାନସିକ ପ୍ରଭାବ ବାବଦରେ ସରକାର ଅବଗତ ଅଛନ୍ତି

-ମଦ ବ୍ୟାନ କରିଦେଲେ ଲୋକଙ୍କ ମଦ ବ୍ୟବହାରକୁ ସଂପୂର୍ଣ୍ଣ ରୋକାଯାଇପାରିବନି

-ଲୋକଙ୍କଠାରୁ ମଦ ଅଭ୍ୟାସ ଦୂର କରିବାକୁ ସରକାର ଧିରେ ଧିରେ ପଦକ୍ଷେପ ନେଉଛନ୍ତି

-ରାଜ୍ୟର ଅବକାରୀ ନୀତି କିଛି ଏଭଳି ଢଙ୍ଗରେ ତିଆରି କରାଯାଉଛି

-ଲୋକଙ୍କ ହାର୍ଡଲିକରଠାରୁ ଦୂରେବା ପାଇଁ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି

-ଲୋକଙ୍କୁ ବିଅର ଓ ୱାଇନ ପ୍ରତି ଆକୃଷ୍ଟ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି

-ହାର୍ଡଲିକର ଉପରେ ଅଧିକ ଟିକସ ଲଗାଇ ଦର ବଢାଇବାର ବ୍ୟବସ୍ଥା ହୋଇଛି

-ରାଜସ୍ୱ ପାଇବା ପାଇଁ ମଦ ବ୍ୟାନ ହେଉନଥିବା ଯୁକ୍ତ ସଂପୂର୍ଣ୍ଣ ଠିକ ନୁହେଁ

-ବିଷାକ୍ତ ମଦ ପ୍ରଚଳନ, ପର୍ଯ୍ୟଟନ ଓ ଶିଳ୍ପକୁ ଆଖିରେ ଆଗରେ ରଖି ସରକାର ନିଷ୍ପତି ନିଅନ୍ତି 

-ମଦ ବ୍ୟାନ ପାଇଁ ଦାଖଲ ପିଟିସନକୁ ଖାରଜ କରିବାକୁ ସରକାର ରଖିଲେ ଯୁକ୍ତି