କନକ ବ୍ୟୁରୋ : ୧୯ ବର୍ଷରୁ କମ ଏସିଆ କପ୍ ସେମିଫାଇନାଲରେ ଟିମ୍ ଇଣ୍ଡିଆ । ଆଫଗାନିସ୍ତାନକୁ ମାତ୍ ଦେଇ ସେମିଫାଇନାଲ ଟିକେଟ ହାତେଇଛି ଭାରତ । ସୋମବାର ଖେଳାଯାଇଥିବା ଶେଷ ମ୍ୟାଚରେ ଆଫଗାନିସ୍ତାନକୁ ୪ ୱିକେଟରେ ପରାଜିତ କରି ସେମିଫାଇନାଲରେ ଏଣ୍ଟ୍ରି କରିଛି ଭାରତ । ଆଉ ଟିମ୍ ଇଣ୍ଡିଆର ଏହି ବିଜୟ ପଛର ହିରୋ ସାଜିଛନ୍ତି ହରନୁର ସିଂ ।
A 4-wicket win over Afghanistan U19 has ensured India U19’s qualification for the semi-final of #U19AsiaCup to be played on Thursday.
Details - https://t.co/dJGeSLsmuF
📸 - ACC pic.twitter.com/wiRagZf79M
— BCCI (@BCCI) December 27, 2021
ପାକିସ୍ତାନ ବିପକ୍ଷରେ ଲିଗ୍ ମ୍ୟାଚ୍ ହାରିବା ପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଜିତିବା ଭାରତ ପାଇଁ ଆବଶ୍ୟକ ହୋଇପଡିଥିଲା । ଆଉ ଏହି ବିଜୟ ସହ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ସହ ଗ୍ରୁପର ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ତେବେ ୩ଟି ୩ଟି ମ୍ୟାଚ୍ ଜିତି ପାକିସ୍ତାନ ଗ୍ରୁପର ସଫଳତମ ଦଳ ଭାବେ ସେମିଫାଇନାଲରେ ଏଣ୍ଟ୍ରି କରିଛି ।
ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ତେବେ ଆଫଗାନିସ୍ତାନ ମଧ୍ୟ ଲଢୁଆ ବ୍ୟାଟିଂ ୨୬୦ ରନର ଚ୍ୟାଲେଞ୍ଜିଂ ବିଜୟଲକ୍ଷ୍ୟ ରଖିଥିଲା । ଯାହାକୁ ଗୋଟିଏ ଓଭର ପୂର୍ବରୁ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଦୁଇ ଓପନର ହରନୁର ସିଂ ଓ ଅଙ୍ଗକୁଷ ରଘୁବଂଶୀ ପ୍ରଥମ ୱିକେଟରେ ୧୦୪ ରନର ପାର୍ଟନରସିପ କରି ଭାରତର ବିଜୟକୁ ସହଜ କରିଥିଲେ । ଶେଷ ହାଡକୁ ରାଜ ବାବା ଓ କୌଶଲ ତାମ୍ବେ ୬୫ ରନର ପାର୍ଟନରସିପ ବଳରେ ଭାରତକୁ ବିଜୟ ଭେଟି ଦେଇଥିଲେ ।