କେତେ ଜିତିଲେ କେତେ ହାରିଲେ ! ଅଫିସରରୁ ରାଜନୀତିକୁ ଲମ୍ଫ ମାରିଥିବା ବାବୁଙ୍କ ମିଶ୍ର ପ୍ରଦର୍ଶନ

ଭୁବନେଶ୍ୱର ବିଜେପିରେ ବିଦ୍ରୋହ ! ସାଂସଦ ଅପରାଜିତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଦଳ ଭିତରେ କରୁଛନ୍ତି ଅନ୍ତଃକନ୍ଦଳ ?

ସରକାରୀ ଚାକିରିରୁ ରାଜନୀତିକୁ ଲମ୍ଫ ମାରିଥିଲେ କିଛି ଚର୍ଚ୍ଚିତ ଚେହେରା । ତେବେ ସମସ୍ତେ ସଫଳତାର ସ୍ବାଦ ଚାଖିପାରି ନାହାନ୍ତି। ଆଇଏଏସ୍ ଚାକିରି ଛାଡ଼ି ଭୁବନେଶ୍ବର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ତେବେ ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ ଅରୂପ ପଟ୍ଟନାୟକଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

publive-image

ସେହିପରି ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ ତଥା କଟକ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ବି ପରାଜିତ ହୋଇଛନ୍ତି। ପୂର୍ତ୍ତ ବିଭାଗ ସଚିବ ଭାବେ କାର‌୍ୟ୍ୟ କରି ଅବସର ନେଇ ସମ୍ବଲପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ନଳିନୀ ପ୍ରଧାନ ବି ପରାଜୟ ବରଣ କରିଛନ୍ତି। ତେବେ ଆଠମଲ୍ଲିକରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ଓଏଏସ୍ ଅଧିକାରୀ ରମେଶ ଚନ୍ଦ୍ର ସାଇ ଜିତିଯାଇଛନ୍ତି। ସେହିପରି ଓଏଫଏସ୍ ଚାକିରି ଛାଡ଼ି ଯାଜପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଶର୍ମିଷ୍ଠା ସେଠୀ ଜିତିଛନ୍ତି।

publive-image
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe